ଉତ୍କଳ ସମ୍ମିଳନୀ ସମାଚାର ପତ୍ରିକା ଉନ୍ମୋଚିତ
ଭୁବନେଶ୍ୱର, ୦୪ ଡିସେମ୍ବର (ହି.ସ)- ଏକ ସ୍ୱତନ୍ତ୍ର ବୈଠକରେ ପୁର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ ଓ ବିଶିଷ୍ଟ ଲେଖକ ନଟବର ଖୁଂଟିଆଙ୍କ ଉପସ୍ଥିତିରେ ଉତ୍କଳ ସମ୍ମିଳନୀ ସମାଚାର ପତ୍ରିକାକୁ ଉନ୍ମୋଚନ କରିଥିଲେ ଶତାୟୁ ପୁରୁଷ ତଥା ଉତ୍କଳ ସମ୍ମିଳନୀର ଉପଦେଷ୍ଟା ପଦ୍ମ ଚରଣ ନାୟକ । ୨୦୧୨ ମସିହାରୁ ଗତ ୧୪

ବର୍ଷ ହେଲା ଉତ୍କଳ ସମ୍ମିଳନୀର ଏଭଳି ରଙ୍ଗୀନ ସମାଚାର ପତ୍ରିକା ପ୍ରକାଶ ପାଉଥିବାରୁ ଅତିଥିମାନେ ଉତ୍କଳ ସମ୍ମିଳନୀ ମେଂଚଶ୍ୱର ଶିଳ୍ପାଂଚଳ ଶାଖା ଓ ସମାଚାର ପତ୍ରିକାର ମୁଖ୍ୟ ସମ୍ପାଦକ ଶ୍ରୀ ଦାଶଶର୍ମାଙ୍କୁ ପ୍ରଶଂସା କରିବା ସହିତ ଏହି ପତ୍ରିକା ଦ୍ୱାରା ଉତ୍କଳ ସମ୍ମିଳନୀର ପ୍ରଚାର ପ୍ରସାର ହୋଇ ପାରୁଛି ବୋଲି ମତ ପ୍ରକାଶ କରିଥିଲେ । ଉତ୍କଳ ସମ୍ମିଳନୀର ସାଧାରଣ ସମ୍ପାଦକ ତଥା ସମାଚାର ପତ୍ରିକାର ମୁଖ୍ୟ ସମ୍ପାଦକ ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ଉପସ୍ଥିତ ରହି ଅତିଥି ମାନଙ୍କୁ ଉତ୍କଳ ସମ୍ମିଳନୀର ପ୍ରତିକ ପ୍ରଦାନ କରି ସମ୍ମାନୀତ କରିବା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା

 rajesh pande