
-କ୍ୟାମ୍ପସ୍ ରେ ଛାତ୍ର ଉତେଜନା , ଅଭିଯୁକ୍ତ ଅଧ୍ୟାପକ ବହିଷ୍କୃତ
ଭୁବନେଶ୍ୱର, ୦୪ ଡିସେମ୍ବର (ହି.ସ)- ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ଅଧ୍ୟାପକଙ୍କ ନିର୍ଯାତନା ଅଭିଯୋଗ ହୋଇଛି। ଏହାକୁ ନେଇ କ୍ୟାମ୍ପସରେ ଉତେଜନା ଜାରି ରହିଛି। ଡ୍ରାମା ବିଭାଗର ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କୁ ଗିରଫ ସହ ନିଲମ୍ବନ ଦାବିରେ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ସମ୍ମୁଖ ରାଜରାସ୍ତାକୁ ଆସି ିବକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପ୍ରିନ୍ସପାଲ ପହଂଚି ବୁଝା ସୁଝା କରିଥିଲେ ବି ଛାତ୍ର ଛାତ୍ରୀ ତାଙ୍କ ଦାବିରେ ଅଟଳ ଅଛନ୍ତି। ସେପଟେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ସଂସ୍କୃତି ବିଭାଗର ସଚିବ ଦେବ ପ୍ରସାଦ ଦାସ। ଅନ୍ୟପକ୍ଷରେ ଅଭିଯୋଗ ପରେ ସମ୍ପୃକ୍ତ ଅଧ୍ୟାପକଙ୍କୁ ବହିଷ୍କାର କରାଯାଇଥିବା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଅଧକ୍ଷ ବିଜୟ କୁମାର ଜେନା ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ ଉତ୍କଳ ସଂଗୀତ ମହାବିଦ୍ୟାଳୟର ଜନୈକ ଛାତ୍ରୀଙ୍କୁ ଡ୍ରାମା ବିଭାଗର ଅଧ୍ୟାପକ ଶ୍ରତୁଘ୍ନ ସାମଲ ନିର୍ଯାତନା ଦେଉଥିବା ଅଭିଯୋଗରେ ଗୁରୁବାର ଦିନ ଛାତ୍ରଛାତ୍ରୀମାନେ ହଙ୍ଗାମା କରିଥିଲେ। ଖବର ପାଇ ସଂସ୍କୃତି ବିଭାଗର ସଚିବ ଦେବ ପ୍ରସାଦ ଦାସ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ପହଂଚିଥିଲେ । କଲେଜରେ ସଂସ୍କୃତି ବିଭାଗ ପକ୍ଷରୁ ୩ ଜଣିଆ ଟିମ୍ ପହିଂଥିଲେ । ଗଣମାଧ୍ୟମରୁ ଦେଖିବା ପରେ ନିଜ ଆଡୁ ଅଭିଯୋଗ ଗ୍ରହଣ କରି କଲେଜ କ୍ୟାମ୍ପସ ଆସିଛନ୍ତି ଘଟଣା କଣ ରହିଛି ସବିଶେଷ ବୁଝିବା ପାଇଁ ବୋଲି କହିଛନ୍ତି ସଂସ୍କୃତି ବିଭାଗ ସଚିବ ଦେବ ପ୍ରସାଦ ଦାସ।
ଅନ୍ୟପକ୍ଷରେ ସଙ୍ଗୀତ ମହାବିଦ୍ୟାଳୟ ଅଧକ୍ଷ ବିଜୟ କୁମାର ଜେନା କହିଛନ୍ତି ପିଲାଙ୍କ ଅଭିଯୋଗ ପରେ ଆମେ ତାଙ୍କୁ ବହିଷ୍କୃତ କରିଛୁ। ପୋଲିସ ଆଗକୁ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନେବେ। ଯିଏ ଆଗକୁ ଏପରି କରିବ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ପିଲା ପୂର୍ବରୁ ଲିଖିତ ଅଭିଯୋଗ ଦେଇନଥିଲେ। ଏବେ ଲିଖିତ ଅଭିଯୋଗ ଦେଲେ। ଶତ୍ରୁଘ୍ନ ସାର ଯିଏ ଅତିଥି ଅଧ୍ୟାପକ । ସେ ଛାତ୍ରୀଙ୍କୁ ବିଭିନ୍ନ ପ୍ରକାରର ଖରାପ ଇଙ୍ଗିତ କରିଥିଲେ । ଜଣେ ନୁହେଁ ଅନେକ ଛାତ୍ରୀ ଙ୍କ ପ୍ରତି ଏଭଳି କରିଥିବା ଅଭିଯୋଗ ହୋଇଛି। ପିଲା ଆଜି ହିଁ ଅଭିଯୋଗ କରିଛନ୍ତି ପୂର୍ବରୁ ଅଧ୍ୟାପକଙ୍କ ଡରରେ କରିନଥିଲେ। କଲେଜ ପକ୍ଷରୁ ଥାନାରେ ଅଭିଯୋଗ ଦିଆଯାଇଛି। ଆଗକୁ ଆଇନଗତ କାର୍ଯ୍ୟାନୁଷ୍ଠନ ନିଆଯିବ। ଏବେ ଅଟକ ରଖି ପଚରା ଉଚରା ହେଉଛି। କାଲିଠୁ ସୁରୁଖୁରୁ ରେ ଚାଲିବ ଡ୍ରାମା କ୍ଲାସ୍।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା