
ମାଲକାନଗିରି, ୫ ଡିସେମ୍ବର (ହି.ସ.)- ଏଏନଏମ ପ୍ରଶ୍ନପତ୍ର ଭାଇରାଲ ଘଟଣା। ବାତିଲା ହେଲା ଦ୍ବିତୀୟ ବର୍ଷ ପ୍ରଥମ ପରୀକ୍ଷା। ପରୀକ୍ଷା ଆରମ୍ଭର ୧୫ ମିନିଟ୍ ପରେ ଉତ୍ତର ଖାତା ଛଡାଇନେଲେ ପରୀକ୍ଷକ । ପରୀକ୍ଷା ଦେଇ ନପାରିବାରୁ ମାଲକାନଗିରିରେ କାନ୍ଦି କାନ୍ଦି ନୟାନ୍ତ ଛାତ୍ରଛାତ୍ରୀ । ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମାଲକାନଗିରି ସରକାରୀ ଏଏନଏମ୍ କଲେଜ ଅଧ୍ୟକ୍ଷା । ତେବେ ଯଦି ଭାଇରାଲ ହୋଇନାହିଁ ତେବେ କାହିଁକି ପରୀକ୍ଷା ବାତିଲ ହେଲା ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରଛାତ୍ରୀ । ଆଜି ମିଡ୍ ୱାଇଫେରି ବିଷୟରେ ହୋଇଥାନ୍ତା ପରୀକ୍ଷା । ପରୀକ୍ଷା ହଲରେ ପରୀକ୍ଷାର୍ଥୀ ପହଞ୍ଚିବା ପରେ ଉପଜିଲ୍ଲାପାଳ ଏହି ଘୋଷଣା କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ