ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ
କେନ୍ଦ୍ରାପଡା, ୫ ଡିସେମ୍ବର (ହି.ସ.)- ଓଡିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ମହାସଂଘ ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ଏକ ୧୩ ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲା ସଭାପତି ଜ୍ଞାନ ରଂଜନ କର ଓ ସଂପାଦକ ପ୍ରିୟବ୍ରତ ସ୍ୱାଇଁଙ୍କ ନେତୃତ୍ୱରେ କେନ୍ଦ୍ରାପଡା ଜିଲ୍ଲାପାଳ ଓ ଜ
---------------ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ


କେନ୍ଦ୍ରାପଡା, ୫ ଡିସେମ୍ବର (ହି.ସ.)- ଓଡିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ମହାସଂଘ ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ଏକ ୧୩ ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲା ସଭାପତି ଜ୍ଞାନ ରଂଜନ କର ଓ ସଂପାଦକ ପ୍ରିୟବ୍ରତ ସ୍ୱାଇଁଙ୍କ ନେତୃତ୍ୱରେ କେନ୍ଦ୍ରାପଡା ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଏହି ଦବିପତ୍ରରେ ଆଦର୍ଶ ବିଦ୍ୟାଳୟ ଶିକ୍ଷକ ମାନଙ୍କୁ ସରକାରୀ ମାନ୍ୟତା, ଆଦର୍ଶ ବିଦ୍ୟାଳୟ ଶିକ୍ଷକ ମାନଙ୍କର କ୍ୟାଡର ନିୟମ, ଆଦର୍ଶ ବିଦ୍ୟାଳୟ ରେ କଳା ବିଭାଗ ଖୋଲିବା, ଓଡିଆ, ସଂସ୍କୃତ ଓ ହିନ୍ଦୀ ବିଭାଗ ଶିକ୍ଷକଙ୍କର ପିଜିଟି ପୋଷ୍ଟ ଖୋଲିବା, ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଏନ୍‌.ଏମ୍‌.ଏମ୍‌.ଏସ୍ ପରୀକ୍ଷାରେ ଭାଗ ନେବାପାଇଁ ସୁଯୋଗ ଦେବା, ନିଟ୍ ଓ ଜେଇ ପରୀକ୍ଷାରେ ୧୫ ପ୍ରତିଶତ ସଂରକ୍ଷଣ ଦେବା ଆଦି ଦାବି ଗୁଡିକ ରହିଛି ।

ଏହି ଦାବି ଗୁଡିକୁ ତୁରନ୍ତ ପୂରଣ କରିବା ପାଇଁ ସଂଘ ତରଫରୁ ଶିକ୍ଷକ ବିଭୁ ପଦାରବିନ୍ଦୁ ଜେନା, ପ୍ରମୋଦ କୁମାର ଓଝା, କଳ୍ପତରୁ ନାଉରୀ, ଶିବ ଚରଣ ପ୍ରଧାନ, ସୁଧାକର ବେହେରା, ଜଗଦେବ ଦେ, ଅନିଲ କୁମାର ଦାସ, ରାଜା ଚନ୍ଦ୍ରକାନ୍ତ ସିଂହ ପ୍ରମୁଖ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande