ଘରୋଇ ଟିକଟ କାଉଣ୍ଟର ସିଲ କଲା ପ୍ରଶାସନ
ଜୟପୁର, ୫ ଡିସେମ୍ବର (ହି.ସ.)- ଦୀର୍ଘଦିନ ଧରି ସରକାରୀ ବସଷ୍ଟାଣ୍ତ ନିକଟରେ ଥିବା ଘରୋଇ ଟିକଟ୍‌ କାଉଣ୍ଟରକୁ ଆଜି ପ୍ରଶାସନ ପକ୍ଷରୁ ସିଲ କରାଯାଇଛି। ତହସିଲଦାର ସବ୍ୟସାଚ୍ଚି ଜେନା, ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପଟ୍ଟନାୟକ ଓ ସୁପରଭାଇଜର ହରିହର ଶତପଥୀ ଆଜି ଅପରାହ୍ନରେ କାଉଣ୍ଟରେ ନିକଟରେ ପହଁଚି
ଘରୋଇ ଟିକଟ କାଉଣ୍ଟର ସିଲ କଲା ପ୍ରଶାସନ


ଜୟପୁର, ୫ ଡିସେମ୍ବର (ହି.ସ.)- ଦୀର୍ଘଦିନ ଧରି ସରକାରୀ ବସଷ୍ଟାଣ୍ତ ନିକଟରେ ଥିବା ଘରୋଇ ଟିକଟ୍‌ କାଉଣ୍ଟରକୁ ଆଜି ପ୍ରଶାସନ ପକ୍ଷରୁ ସିଲ କରାଯାଇଛି। ତହସିଲଦାର ସବ୍ୟସାଚ୍ଚି ଜେନା, ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପଟ୍ଟନାୟକ ଓ ସୁପରଭାଇଜର ହରିହର ଶତପଥୀ ଆଜି ଅପରାହ୍ନରେ କାଉଣ୍ଟରେ ନିକଟରେ ପହଁଚି କୋର୍ଟ ନିର୍ଦ୍ଦେଶ ଅନୁସାରେ ଖାଲି କରିବାକୁ କହିଥିଲେ। କାଉଣ୍ଟର କର୍ମକର୍ତ୍ତା ଓ ତହସିଲଦାରଙ୍କ ମଧ୍ୟରେ ବଚସା ହେବା ପରେ ତୁରନ୍ତ କାଉଣ୍ଟର ଭିତରୁ ସମସ୍ତ ସାମଗ୍ରୀ ବାହାର କରି ସିଲ କରାଯାଇଥିଲା।

ସୂଚନା ଅନୁଯାୟୀ, ଗତ ୨୦୨୨ ମସିହା ମଇ ମାସ ୧୮ ତାରିଖରେ ପ୍ରାଇଭେଟ ବସ ଓନର ଆସୋସିଏସନ ପକ୍ଷରୁ କେସ ଫାଇଲ କରାଯାଇଥିଲା କି ପୁରୁଣା ସରକାରୀ ବସଷ୍ଟାଣ୍ତ ନିକଟରେ ଥିବା ପୌରପାଳିକାର ସ୍ଥାନରେ ଯାତ୍ରୀ ବିଶ୍ରାମାଗାରକୁ ଘରୋଇ ଟିକଟ କାଉଣ୍ଟର କରିବା ଫଳରେ ବସ ଗୁଡିକ ରାସ୍ତା ଉପରେ ପାର୍କି˚ କରିବା ଯୋଗୁଁ ଟ୍ରାଫିକ ଜାମ କରୁଛନ୍ତି। ଯାହା ଫଳରେ ସାଧାରଣ ଲୋକ ଟ୍ରାଫିକ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଜଷ୍ଟିସ ସଞ୍ଜିବ କୁମାର ପାଣିଗ୍ରାହୀ ଅକ୍ଟୋବର ୩୧ ତାରିଖରେ ୧୫ ଦିନ ମଧ୍ୟରେ ତୁରନ୍ତ ଖାଲି କରିବା ପାଇଁ ଏହି ମାମଲାର ରାୟ ଶୁଣାଇଛନ୍ତି। ଆଜି ତହସିଲଦାର ହାଇକୋର୍ଟଙ୍କ ରାୟକୁ ଭିତ୍ତିକରି ସିଲ କରିଥିବା ଜଣାପଡିଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande