ସରକାରୀ ଡିଗ୍ରୀ ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତିର କୌଣସି ପ୍ରାବଧାନ ନାହିଁ
ଭୁବନେଶ୍ୱର, ୦୫ ଡିସେମ୍ବର (ହି.ସ)- ବର୍ତମାନ ପ୍ରଚଳିତ ନିୟମାବଳୀ ଅନୁସାରେ ସରକାରୀ ଡିଗ୍ରୀ ମହାବିଦ୍ୟାଳୟ ଓ ଶିକ୍ଷକ ଶିକ୍ଷା ଅନୁଷ୍ଠାନଗୁଡିକରେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତିର କୌଣସି ପ୍ରାବଧାନ ନାହିଁ । ରାଜ୍ୟର ସମସ୍ତ ସରକାରୀ ଡିଗ୍ରୀ ମହାବିଦ୍ୟାଳୟ ଓ ଶିକ୍ଷକ ଶିକ୍ଷା ଅନୁଷ୍ଠାନଗୁଡିକରେ ଅଧ୍ୟାପକ
ସରକାରୀ ଡିଗ୍ରୀ ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତିର କୌଣସି ପ୍ରାବଧାନ ନାହିଁ


ଭୁବନେଶ୍ୱର, ୦୫ ଡିସେମ୍ବର (ହି.ସ)- ବର୍ତମାନ ପ୍ରଚଳିତ ନିୟମାବଳୀ ଅନୁସାରେ ସରକାରୀ ଡିଗ୍ରୀ ମହାବିଦ୍ୟାଳୟ ଓ ଶିକ୍ଷକ ଶିକ୍ଷା ଅନୁଷ୍ଠାନଗୁଡିକରେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତିର କୌଣସି ପ୍ରାବଧାନ ନାହିଁ । ରାଜ୍ୟର ସମସ୍ତ ସରକାରୀ ଡିଗ୍ରୀ ମହାବିଦ୍ୟାଳୟ ଓ ଶିକ୍ଷକ ଶିକ୍ଷା ଅନୁଷ୍ଠାନଗୁଡିକରେ ଅଧ୍ୟାପକମାନଙ୍କ ମଧ୍ୟରୁ ଜଣକୁ ଅତିରିକ୍ତ ଦାୟିତ୍ୱ ତଥା ଭାରପ୍ରାପ୍ତ ଅଧ୍ୟକ୍ଷ ରୂପେ ନିଯୁକ୍ତି କରାଯାଉଛି ଏବଂ ଅଧ୍ୟକ୍ଷମାନେ ସେମାନଙ୍କର ଦାୟିତ୍ୱ ସୂଚାରୁରୂପେ ନିର୍ବାହ କରୁଛନ୍ତି ।

ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ମନ୍ତ୍ରୀ ତାଙ୍କ ଉତ୍ତରରେ ଉଳ୍ଲେଖକରିଛନ୍ତି ଯେ ଉଚ୍ଚଶିକ୍ଷା ବିଭାଗ ଅଧିନରେ ସରକାରୀ ସରକାରୀ ଡିଗ୍ରୀ ମହାବିଦ୍ୟାଳୟଗୁଡିକରେ ଠିକାରେ କୌଣସି ଅଧ୍ୟାପକ କାର୍ଯ୍ୟରତ ନାହାନ୍ତି । ସରକାରୀ ଶିକ୍ଷକ ଶିକ୍ଷା ଅନୁଷ୍ଠାନ ଗୁଡିକରେ ୫ଜଣ ଅଧ୍ୟାପକ ଠିକାରେ କାର୍ଯ୍ୟ କରୁଛନ୍ତି । ସେହିପରି ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡିକରେ ଠିକାରେ କୌଣସି ଅଧ୍ୟାପକ କାର୍ଯ୍ୟରତ ନାହାନ୍ତି ।

ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ସରକାରୀ ଡିଗ୍ରୀ ମହାବିଦ୍ୟାଳୟଗୁଡିକରେ୧୮୯ଜଣ ଅଣଶିକ୍ଷକଙ୍କୁ ଠିକାରେ ରଖାଯାଇଛି । ସେହିପରିବେସରକାରୀ ଅନୁଦାନପ୍ରାପ୍ତ ୪୮୮ ବର୍ଗ ମହାବିଦ୍ୟାଳୟଗୁଡିକର ସପରିଚାଳନା ନିମନ୍ତେ ଅଣଶିକ୍ଷକଙ୍କୁ ସମ୍ପୃକ୍ତ କଲେଜର ପରିଚାଳନା ସମିତି ନିଯୁକ୍ତି କରିଥାନ୍ତି ବୋଲି ମନ୍ତ୍ରୀ ତାଙ୍କ ଉତରରେ ଦର୍ଶାଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande