ଜାତୀୟ ଦଳରେ ଓଡିଶାର ୪୬ ଜଣ କ୍ରୀଡାବିତ
ଭୁବନେଶ୍ୱର, ୦୫ ଡିସେମ୍ବର (ହି.ସ)- ହକି, କ୍ରିକେଟ, ଫୁଟବଲ, ଭଲିବଲ ସମେତ ବିଭିନ୍ନ କ୍ରୀଡା ପାଇଁ ଥିବା ଜାତୀୟ ଦଳରେ ଏବେ ଓଡିଶାର ୪୬ଜଣ କ୍ରୀଡାବିତ ଓ ୨ଜଣ କୋଚ ଅଛନ୍ତି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତରରେ ଏହି ସୂଚନା ଦେଇଛନ୍ତି କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯ ଜାତୀୟ ଦଳରେ ଓଡିଶାର ଯେଭଳି ଅଧିକ କ୍ରୀଡାବିତ ସ୍ଥାନ ପାଆନ୍ତି ସେ ଦିଗରେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏଥିରେ ଓଡିଶାର ଖେଳାଳୀମାନଙ୍କ ପାଇଁ ୧୫ଟି ଜିଲ୍ଲାରେ ୧୬ଟି କ୍ରୀଡା ଛାତ୍ରାବାସ ସ୍ଥାପନ କରାଯାଇ ୧୫ଟି କ୍ରୀଡା ଶୃଙ୍ଖଳାରେ ଖେଳାଳିମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଓଡିଶାର ଖେଳାଳୀ ମାନଙ୍କୁ ଉଚ୍ଚମାନର କ୍ରୀଡା ପ୍ରଶିକ୍ଷଣ ଦେବାପାଇଁ ଉତ୍କର୍ଷ କ୍ରୀଡା ପ୍ରଦର୍ଶନ କେନ୍ଦ୍ର ଖୋଲାଯାଇ ୧୧ଟି ଶୃଙ୍ଖଳାରେ ଉଚ୍ଚମାନର ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଜାତୀୟ ଦଳରେ ଥିବା ହକିରେ ୧୨ଜଣ ଖେଳାଳି ଥିବାବେଳେ କୋଚ ବୀରେନ୍ଦ୍ର ଲାକ୍ରା ରହିଛନ୍ତି । ସେହଭଳି ଖୋ ଖୋରେ ୩ଜଣ କ୍ରୀଡାବିତ ଥିବାବେଳେ ହ୍ୟାଣ୍ଡବଲରେ ୪ଜଣ ରହିଛନ୍ତିା ରଗବୀରେ ଓଡିଶାର ୨୨ଜଣ ରହିଛନ୍ତି । ସିପାକ ଟକରା କ୍ରୀଡାରେ ତିନି ଜଣ, ଫୁଟବଲରେ ଜଣେ ଏବଂ କବାଡିରେ ଜଣେ କ୍ରୀଡାବିତଙ୍କ ସହିତ କୋଚ ଜୟଶ୍ରୀ ସ୍ୱାଇଁ ରହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା

 rajesh pande