ଚତୁଦ୍ଦର୍ଶ ଭଦ୍ରକ ଜିଲ୍ଲା ମେହାତ୍ସବର ତୃତୀୟ ସନ୍ଧ୍ୟା, ଶିଶୁ ସୁରକ୍ଷା ଆମର କତର୍ବ୍ୟ ହେବା ଉଚିତ୍ : ମନସ୍ମିତା ଖୁଂଟିଆ
ଭଦ୍ରକ, ୫ ଡେିସମ୍ବର (ହି.ସ.) - ଶିଶୁ ହସେିଲ ଦୁନିଆ ହସେ। ଶିଶୁର ନୈତିକ ଶିକ୍ଷା ସହିତ ବୌଦ୍ଧିକ ବିକାଶ ଏବଂ ବିଭିନ୍ନ କ୍ଷେତ୍ରେର ସେମାନଙ୍କର ସୁରକ୍ଷା କରିବା ଆମ ସମସ୍ତଙ୍କର କତର୍ବ୍ୟ ହେବା ଉଚିତ୍ ବୋଲି ଭଦ୍ରକ ଜିଲ୍ଲା ମେହାତ୍ସବର ତୃତୀୟ ସନ୍ଧ୍ୟାକୁ ଉଦ୍ଘାଟନ କରି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା
BHADRAK ZILLA MOHASTAV 3RD EVENING


ଭଦ୍ରକ, ୫ ଡେିସମ୍ବର (ହି.ସ.) - ଶିଶୁ ହସେିଲ ଦୁନିଆ ହସେ। ଶିଶୁର ନୈତିକ ଶିକ୍ଷା ସହିତ ବୌଦ୍ଧିକ ବିକାଶ ଏବଂ ବିଭିନ୍ନ କ୍ଷେତ୍ରେର ସେମାନଙ୍କର ସୁରକ୍ଷା କରିବା ଆମ ସମସ୍ତଙ୍କର କତର୍ବ୍ୟ ହେବା ଉଚିତ୍ ବୋଲି ଭଦ୍ରକ ଜିଲ୍ଲା ମେହାତ୍ସବର ତୃତୀୟ ସନ୍ଧ୍ୟାକୁ ଉଦ୍ଘାଟନ କରି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଅୋୟାଗ ସଦସ୍ୟା ମନସ୍ମିତା ଖୁଂଟିଆ କହିଥେôଲ। ଭାରତର ପ୍ରଥମ ମହିଳା ଶହୀଦ ପରି ବେୱା ମଂଚର ଶିଶୁର ବୌଦ୍ଧିକ ବିକାଶ ଓ ଅମର କତର୍ବ୍ୟ ଶୀଷର୍କ ଏହି ଅଲୋଚନା ଚକ୍ରରେ ସଭାପତି ପଣ୍ଡିତ ଦୈତ୍ୟାରି ମହାପାତ୍ର ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ବକ୍ତା ଭାବେ ରାଜ୍ୟ ମହିଳା କମିଶନ ସଦସ୍ୟା ତଥା ଆନ୍ତର୍ଜାତୀୟ କବି ଡକ୍ଟର କଳ୍ପନା ମଲ୍ଲିକ ଶିଶୁର ବୌଦ୍ଧିକ ବିକାଶ େହେଲ କିପରି ସମାଜର ବିକାଶ ହେବ ସେସମ୍ପକର୍ରେ ମୂଲ୍ୟେବାଧଭିତିକ ବକ୍ତବ୍ୟ ରଖିଥେôଲ । ସ୍ୱତନ୍ତ୍ର ଅତିଥି ଭୋବ ଭଦ୍ରକର ଡେପୁଟି କେଲକ୍ଟର କାର୍ତିକ ନାଥ ମଣ୍ଡଳ ଭଦ୍ରକର ଐତିହ୍ୟ ଇତିହାସ କିମ୍ବଦନ୍ତୀ ଓ ସଂସ୍କୃତି ସମ୍ପକର୍ରେ ବକ୍ତବ୍ୟ ପ୍ରଦାନ ପୂବର୍କ ଭଦ୍ରକ ଜିଲ୍ଲା ମେହାତ୍ସବର କମର୍କର୍ତାଙ୍କୁ ଭୂୟସୀ ପ୍ରଶଂସା କରିଥେôଲ। ଶିଶୁ ସାହିତ୍ୟ ଗବେଷକ ତଥା ସାରସ୍ୱତ ସାଧକ ଡକ୍ଟର ମନୀନ୍ଦ୍ର ମହାନ୍ତି ଶିଶୁର ବୌଦ୍ଧିକ ବିକାଶ ଦିଗରେ ପିତା ମାତା ଏବଂ ଅଭିଭାବକର କତର୍ବ୍ୟ କିପରି ହେବା ଉଚିତ୍ ସେସମ୍ପକର୍ରେ ଗବେଷଣା ଧର୍ମୀ ବକ୍ତବ୍ୟ ରଖିଥେôଲ। ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଧିରଞ୍ଜନ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶାକୁ ଭଦ୍ରକର ଦାନ ଅତୁଳନୀୟ ବୋଲି କହିଥେôଲ। ପ୍ରାରମ୍ଭରେ କାଯର୍କାରୀ ସଭାପତି ଦୁର୍ଗା ଶଙ୍କର ବିଶ୍ୱାଳ ସ୍ୱାଗତ ଭାଷଣ ରଖିଥିବାବେଳେ ସମ୍ପାଦକ ସତ୍ୟଭୂଷଣ ସ୍ୱାମୀ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥେôଲ। ଏହି ଅବସରେର ଅଥିତିମାନଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ପରେ ଅତିଥି ମାନଙ୍କ ଦ୍ୱାରା କୁନି କୁନି ପିଲାମାନଙ୍କୁ ପ୍ରମାଣପତ୍ର ସହ ସମ୍ମାନିତ କରାଯାଇଥିଲା। ପ୍ରଭାତ କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିଥିବା େବେଳ କଳ୍ପନା ଜେନା ଧନ୍ୟବାଦ ଅପର୍ଣ କରିଥେôଲ। ଆଜିର ସନ୍ଧ୍ୟାରେ ଆର୍ ଡି ଏସ ନୃତ୍ୟ ଗ୍ରୁପ ଭଦ୍ରକ ଏବଂ ସାଇ ସମ୍ରାଟ ଭଜନ ସନ୍ଧ୍ୟା କଳାକାରଙ୍କ ନୃତ୍ୟ ଓ ସଙ୍ଗୀତ ଦଶର୍କଙ୍କୁ ବେିମାହିତ କରିଥିଲା। ଓଡ଼ିଶା ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ଭଦ୍ରକ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଘୋଡ଼ା ନାଚ ଓ ଚତୁର୍ଦ୍ଧା ମୂର୍ତି ଭଜନ ସନ୍ଧ୍ୟା ବେଶ୍ ଚିତାକଷର୍କ ଥିଲା। ଏହି ଅବସରରେ ବରିଷ୍ଠ ଓଡ଼ିଶା ପ୍ରଶାସନିକ ଅଧିକାରୀ କାର୍ତିକ ନାଥ ମଣ୍ଡଳଙ୍କ ଭଜନ ପରେିବଷଣ ହୃଦୟସ୍ପର୍ଶୀ ଥିଲା। କମିଟିର ଉପ ସଭାପତି ପ୍ରମୋଦ ରାୟ,ଆବାହକ ଶଶି ଭୂଷଣ ସ୍ୱାମୀ, ସାଂସ୍କୃତିକ ସମ୍ପାଦକ ରଶ୍ମିତା ଦାଶ, ସଂଗଠନ ସମ୍ପାଦକ ରମେଶ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ସେଂଯାଜକ ରାଜଲକ୍ଷ୍ମୀ ମହାପାତ୍ର, ଉପ ସଭାନେତ୍ରୀ କଳ୍ପନା ଜେନା, ଯୁଗ୍ମ ସମ୍ପାଦକ ଅରୁଣ କୁମାର ମଲ୍ଲିକ,ପ୍ରଶାନ୍ତ କୁମାର ତ୍ରିପାଠୀ, ମନସ୍ମିତା ଦାସ, ଦୀପାଲୀ ନାୟକ, ସୁମିତ୍ରା ପାଣି , ସୁନିଲ ଦତ ପ୍ରମୁଖଙ୍କ ସେଂଯାଜନୋର ଅୋୟାଜିତ ଏହି ଉତ୍ସବ ପ୍ରତ୍ୟେହ ସନ୍ଧ୍ୟାରେ ସାଧାରଣ ସଭା, ଆଲୋଚନାଚକ୍ର, ସମ୍ବଦ୍ଧର୍ନା ସମାରୋହ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମ, କବିତା ପାଠୋତ୍ସବ, ନୃତ୍ୟ, ସଙ୍ଗୀତ, ନାଟକ ଭିତିକ ସାଂସ୍କୃତିକ ବିଚିତ୍ରା,ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓଡ଼ିଶା ଓ ଜିଲ୍ଲା ପ୍ରଶାସନ ସଂସ୍କୃତି ବିଭାଗ ଆନୁକୂଲ୍ୟେର ଲୋକ କଳା, ଲୋକ ନୃତ୍ୟ, ଚଳଚ୍ଚିତ୍ର ଅଭେିନତା, ଅଭେିନତ୍ରୀ , ମଂଚ କଳାକାର, ହାସ୍ୟ ଅଭେିନତା, ଅଭେିନତ୍ରୀ, ଯାତ୍ରା କଳାକାର, ବିଶିଷ୍ଟ ସଙ୍ଗୀତଜ୍ଞଙ୍କ ସମାରୋହରେ ଗତ ୨ତାରିଖରୁ ଆରମ୍ଭ ୧୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande