
ଭଦ୍ରକ, ୫ ଡେିସମ୍ବର (ହି.ସ.) - ଆଜି ସାରା ବିଶ୍ୱରେ ବିଶ୍ୱ ମୃତିକା ଦିବସ ବିଭିନ୍ନ କାର୍ଯ୍ୟକ୍ରମ ଓ ସଚେତନତା କାର୍ଯ୍ୟକଳାପ ମାଧ୍ୟମେର ପାଳନ କରାଯାଇଛି। ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ ହେଉଛି ମୃତିକାର ସୁରକ୍ଷା, ସନ୍ତୁଳିତ ବ୍ୟବହାର ଓ ସସ୍ଥାୟୀ କୃଷି ପ୍ରଥା ପ୍ରତି ଜନସାଧାରଣଙ୍କୁ ସଚେତନ କରିବା। ଏହି ଅବସରେର ଜିଲ୍ଲା ପ୍ରଶାସନ, କୃଷି ବିଭାଗ,ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଏବଂ କୃଷି ବିଜ୍ଞାନ କେନ୍ଦ୍ର, ଭଦ୍ରକଙ୍କ ସୌଜନ୍ୟ, ସେମିନାର, କୃଷକ ସେଚତନତା ଶିବିର, ମାଟି ପରୀକ୍ଷା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥେôର ମୁଖ୍ୟ ଅତିଥି ଭାବେ ଯୋଗେଦଇ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶେୁଭନ୍ଦୁ ସାମଲ କହିଥେôଲ ଯେ, ମୃତିକାର ଉବର୍ରତା ଜାଣିବା ପାଇଁ ତାହାର ପରୀକ୍ଷା କରାଇବା ନିହାତି ଆବଶ୍ୟକ ଏବଂ ଏଥିପାଇଁ କୃଷି ମିତ୍ରମାନଙ୍କର ପରାମର୍ଶ ନେବା ଉଚିତ୍। ଅନ୍ୟତମ ଅତିଥି ଭାବେ ଯୋଗଦେଇ କୃଷି ବିକାଶ କେନ୍ଦ୍ରର ମୁଖ୍ୟ ସଞ୍ଜୟ କୁମାର ମହାନ୍ତି, ଉପପ୍ରକଳ୍ପ ନେିଦ୍ଦର୍ଶକ ବିଶ୍ୱରଞ୍ଜନ ରାଉତ, ଜିଲ୍ଲା କୃଷି ଅଧିକାରୀ ଏବଂ କୃଷି ବିକାଶ ଅଧିକାରୀ ଶ୍ରୀ ଶଶିଭୂଷଣ ମହାପାତ୍ର, ପ୍ରୀତେିରଖା ମହାଳିକ ଓ ତେିଲାତମା ମହାକୁଡ କହିଥେôଲ ଯେ ଉବର୍ର ମୃତିକା ବିନା ଖାଦ୍ୟ ସୁରକ୍ଷା ସମ୍ଭବ ନେୁହଁ ଓ ଅସନ୍ତୁଳିତ ରାସାୟନିକ ସାର ବ୍ୟବହାର ମାଟିର ସ୍ୱାସ୍ଥ୍ୟକୁ ଗଭୀର ଭୋବ କ୍ଷତିଗ୍ରସ୍ତ କରୁଛି। ବକ୍ତାମାନେ ଜୈବ ସାର ବ୍ୟବହାର, ମାଟି ପରୀକ୍ଷା ପରେ ସାର ପ୍ରୟୋଗ, ଫସଲ ଆବର୍ତର୍ନ ଓ ମୃତିକା ସଂରକ୍ଷଣ ପ୍ରଯୁକ୍ତିକୁ ଗ୍ରହଣ କରିବାକୁ କୃଷକମାନଙ୍କୁ ଆହ୍ୱାନ ଦେଇଥେôଲ। ଏହି କମର୍ଶାଳାରେ ମୃତିକା ପରୀକ୍ଷା କରାଇଥିବା ବ୍ୟକ୍ତିମାନଙ୍କୁ ମୃତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିଲା।ଏବଂ କୃଷି କ୍ଷତ୍ରେରେ ଉଲ୍ଲେଖନୀୟ ଅବଦାନ ପାଇଁ ଚାଷୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଉଲ୍ଲେଖନୀୟ ଯେ, ପ୍ରତିବର୍ଷ ୫ ଡେିସମ୍ବରକୁ ବିଶ୍ୱ ମୃତିକା ଦିବସ ଭାବେ ପାଳନ କରାଯାଏ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
---------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ