
ଜୟପୁର, ୫ ଡିସେମ୍ବର (ହି.ସ.)- ସୀମା ସୁରକ୍ଷା ବଳର ୬୦ ବର୍ଷ ପୂର୍ତ୍ତି ପରେ ୬୧ ବର୍ଷ ଚାଲୁଥିବା ବେଳେ ହିରକ ଜୟନ୍ତୀ ପାଳନ ଅବସରରେ କୋରାପୁଟ ସେକ୍ଟର ବିଏସଏଫ ତରଫରୁ ଏକ ଗଣଦୌଡର ଆୟୋଜନ ଡିସେମ୍ବର ୭ରେ କରିଛି। ଏହି ଗଣଦୌଡ କାର୍ଯ୍ୟକ୍ରମରେ ସିନିୟର ବାଳକ ବାଳିକା ମାନଙ୍କ ପାଇଁ ୧୦ କି.ମି. ଏବଂ ୧୪ ବର୍ଷରୁ କମ ଶିଶୁ ବାଳକ ବାଳିକା ମାନଙ୍କ ପାଇଁ ୫ କି.ମି. ପୃଥକ ପୃଥକ ଭାବେ ଆୟୋଜନ କରାଯାଇଛି। ଏଥିରେ ୧୫୦୦ ଜଣଙ୍କ ନିମନ୍ତେ ବ୍ୟବସ୍ଥା ହେବା ସହ ବିଜେତା ମାନଙ୍କୁ ସିନିୟର ବିଭାଗରେ ବାଳକ ମାନଙ୍କ ପାଇଁ ପ୍ରଥମ ସ୍ଥାନ ଅଧିକାର କରିଥିବା ୧୫୦୦୦ ଦ୍ଵିତୀୟ ପାଇଁ ୧୦୦୦୦ ତୃତୀୟ ତୃତୀୟ ସ୍ଥାନ ଅଧିକାର କରିଥିବା ବାଳକକୁ ୫୦୦୦ ଟଙ୍କା ସେହିଭଳି ସିନିୟର ବାଳିକା ମଧ୍ୟ ଏହି କ୍ରମରେ ପୁରସ୍କାର ପାଇବେ ଏହିଭଳି ଶିଶୁ ବିଭାଗ ୧୪ ବର୍ଷରୁ କମ ବୟସର ମଧ୍ୟ ବାଳକ ଏବଂ ବାଳିକା ମାନେ ପୃଥକ ପୃଥକ ଭାବେ ଉପରୋକ୍ତ ରାଶି ପାଇବେ।
ଏହି କାର୍ଯ୍ୟକ୍ରମକୁ ଜୟପୁର ମହାରାଜା ବିଶ୍ୱେଶର ଚନ୍ଦ୍ରଚୁଡ ଦେବଙ୍କ ସହ କିଛି ବ୍ୟବସାୟୀଙ୍କ ସହଯୋଗ ଏବଂ ସ୍ଥାନୀୟ ସମାଜସେବୀ ଶୁଭେଛୁ ନିଶାନ ପଟ୍ଟନାୟକ ଆଇଆରବି, ସିଆଇଏସଏଫ, ସ୍ଥାନୀୟ ପୋଲିସ, ସିଆରପିଏଫ ଅନ୍ୟାନ୍ୟ ବ୍ୟକ୍ତି ମାନଙ୍କ ସହଯୋଗରେ ଆୟୋଜନ କରାଯାଉଥିବା କୋରାପୁଟ ସେକ୍ଟର ଡିଆଇଜି ସତ୍ୟବାନ କାଞ୍ଚି ଡେପୁଟି କମାନ୍ଦେଣ୍ଟ ଅମନ ଭଗତ ଏବଂ ୧୮୦ ଡେପୁଟି କମାଡେଣ୍ଟ ପ୍ରଭାତ ଚତୁର୍ବେଦିଙ୍କ ଉପସ୍ଥିତିରେ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି