ମହାତ୍ମାଗାନ୍ଧୀଙ୍କ ସଂପର୍କରେ ବିଜେପି ବିଧାୟକଙ୍କ କଟୁ ମନ୍ତବ୍ୟ ଅକ୍ଷମଣୀୟ - ସି.ପି.ଆଇ.(ଏମ୍‌)
ଭୁବନେଶ୍ୱର, ୦୫ ଡିସେମ୍ବର (ହି.ସ)- ନୀଳଗିରିର ବିଜେପି ବିଧାୟକ ସନ୍ତୋଷ ଖଟୁଆ ଗତକାଲି ବିଧାନସଭାରେ “ଜାତିର ଜନକ ମହାତ୍ମା ଗାନ୍ଧୀ ଦେଶ ବିଭାଜନ ପାଇଁ ଦାୟୀ” ବୋଲି ଅତ୍ୟନ୍ତ ଆପତିଜନକ, ଅପମାନଜନକ ଏବଂ ନିନ୍ଦନୀୟ ମନ୍ତବ୍ୟ ଦେଇଛନ୍ତି । ସି.ପି.ଆଇ.(ଏମ୍‌) ଓଡ଼ିଶା ରାଜ୍ୟ କମିଟି ଏହାକୁ ତୀବ୍ର ନିନ୍ଦା
ମହାତ୍ମାଗାନ୍ଧୀଙ୍କ ସଂପର୍କରେ ବିଜେପି ବିଧାୟକଙ୍କ କଟୁ ମନ୍ତବ୍ୟ ଅକ୍ଷମଣୀୟ - ସି.ପି.ଆଇ.(ଏମ୍‌)


ଭୁବନେଶ୍ୱର, ୦୫ ଡିସେମ୍ବର (ହି.ସ)- ନୀଳଗିରିର ବିଜେପି ବିଧାୟକ ସନ୍ତୋଷ ଖଟୁଆ ଗତକାଲି ବିଧାନସଭାରେ “ଜାତିର ଜନକ ମହାତ୍ମା ଗାନ୍ଧୀ ଦେଶ ବିଭାଜନ ପାଇଁ ଦାୟୀ” ବୋଲି ଅତ୍ୟନ୍ତ ଆପତିଜନକ, ଅପମାନଜନକ ଏବଂ ନିନ୍ଦନୀୟ ମନ୍ତବ୍ୟ ଦେଇଛନ୍ତି । ସି.ପି.ଆଇ.(ଏମ୍‌) ଓଡ଼ିଶା ରାଜ୍ୟ କମିଟି ଏହାକୁ ତୀବ୍ର ନିନ୍ଦା କରିଛି ।

ଏହା କେବଳ ମହାତ୍ମା ଗାନ୍ଧୀଙ୍କ ଅମର ତ୍ୟାଗ ଏବଂ ଦେଶର ସ୍ୱାଧୀନତା ସଂଗ୍ରାମ ପ୍ରତି ଅପମାନ ନୁହେଁ, ବରଂ ଦେଶର ଧର୍ମନିରପେକ୍ଷ, ଲୋକତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଏକ ବଡ଼ ଆକ୍ରମଣ । ଏହି ଭ୍ରାନ୍ତ ଏବଂ ବିକୃତ ମନ୍ତବ୍ୟ ଆର୍‌.ଏସ୍‌.ଏସ୍‌. ଦ୍ୱାରା ପରିକଳ୍ପିତ ଏବଂ ତିଆରି ହୋଇଥିବା ଭିତ୍ତିହୀନ ଇତିହାସ ବ୍ୟାଖ୍ୟାର ସ୍ପଷ୍ଟ ପ୍ରତିଫଳନ । ବିଧାନସଭା ପ୍ରାଙ୍ଗଣରେ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ବିରୋଧୀ ଦଳର ବିଧାୟକମାନେ ଯେଉଁ ପ୍ରତିବାଦରେ ବସିଥିଲେ ସି.ପି.ଆଇ.(ଏମ୍‌) ସେହି ଶାନ୍ତିପୂର୍ଣ୍ଣ ଏବଂ ଗଣତାନ୍ତ୍ରିକ ପ୍ରତିବାଦକୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛି ।ସି.ପି.ଆଇ.(ଏମ୍‌) ଓଡ଼ିଶା ରାଜ୍ୟ କମିଟି ଦାବି କରୁଛି ଯେ ବିଜେପି ସରକାର ଏହି ଲଜ୍ଜାଜନକ ମନ୍ତବ୍ୟ ସମ୍ପର୍କରେ ରାଜ୍ୟବାସୀଙ୍କ ସମ୍ମୁଖରେ ତତ୍‌କ୍ଷଣାତ୍ ନିଜ ଅବସ୍ଥାନକୁ ସ୍ପଷ୍ଟ କରନ୍ତୁ । ନତୁବା ସି.ପି.ଆଇ.(ଏମ୍‌) ତରଫରୁ ରାଜ୍ୟବ୍ୟାପୀ ପ୍ରତିବାଦ ଆନ୍ଦୋଳନ ସଂଗଠିତ କରାଯିବ ବୋଲି ସି.ପି.ଆଇ.(ଏମ୍‌) ଚେତାବନୀ ଦେଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande