ବନ୍ଦ କେନ୍ଦ୍ରୀୟ ହସ୍ପିଟାଲ କୁ ପୁନଃ କାର୍ଯ୍ୟକ୍ଷମ ଦାବୀ
ଚମ୍ପୁଆ, 5 ଡିସେମ୍ବର (ହି.ସ.): ପନ୍ଦର ବର୍ଷରୁ ଅଧିକ ହେବ ବନ୍ଦ ପଡିଛି କେନ୍ଦ୍ରୀୟ ହସପିଟାଲ। ଦୀର୍ଘ ବର୍ଷରୁ ବନ୍ଦ ପଡିଥିବାରୁ ହସ୍ପିଟାଲ ଏବେ ଭୂତ କୋଠୀରେ ପରିଣତ ହୋଇ ସାରିଛି। ଦୀର୍ଘ ଦିନ ଧରି ହସ୍ପିଟାଲ ବନ୍ଦ ପଡିଥିବାରୁ ଖଣି ଶ୍ରମିକ ମାନେ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି। କେନ୍ଦୁଝର ଜ
ବନ୍ଦ କେନ୍ଦ୍ରୀୟ ହସ୍ପିଟାଲ କୁ ପୁନଃ କାର୍ଯ୍ୟକ୍ଷମ ଦାବୀ


ଚମ୍ପୁଆ, 5 ଡିସେମ୍ବର (ହି.ସ.): ପନ୍ଦର ବର୍ଷରୁ ଅଧିକ ହେବ ବନ୍ଦ ପଡିଛି କେନ୍ଦ୍ରୀୟ ହସପିଟାଲ। ଦୀର୍ଘ ବର୍ଷରୁ ବନ୍ଦ ପଡିଥିବାରୁ ହସ୍ପିଟାଲ ଏବେ ଭୂତ କୋଠୀରେ ପରିଣତ ହୋଇ ସାରିଛି। ଦୀର୍ଘ ଦିନ ଧରି ହସ୍ପିଟାଲ ବନ୍ଦ ପଡିଥିବାରୁ ଖଣି ଶ୍ରମିକ ମାନେ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡସ୍ଥ ଯୋଡା ଖଣି ମଣ୍ଡଳର ଶ୍ରମିକଙ୍କ ସ୍ବାସ୍ଥ୍ୟ ସେବା ପାଇଁ ୧୯୭୮ ମସିହାରେ ଖୋଲା ଯାଇଥିଲା କେନ୍ଦ୍ରୀୟ ହସ୍ପିଟାଲ। ଖଣି ଅଞ୍ଚଳରୁ କେନ୍ଦ୍ର ସରକାର ପାଉଥିବା ସେସ୍ ବା ରାଜସ୍ବରୁ ଖଣି ଅଞ୍ଚଳର ଶ୍ରମିକଙ୍କ ସ୍ବାସ୍ଥ୍ୟ ସେବା ପାଇଁ କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ତରଫରୁ ଏହି କେନ୍ଦ୍ରୀୟ ହସପିଟାଲ ଖୋଲା ଯାଇଥିଲା। ସମସ୍ତ ପ୍ରକାର ଚିକିତ୍ସା ଯୋଗାଇ ଦିଆ ଯାଉଥିବାରୁ ଶ୍ରମିକଙ୍କ ଆଶାର ଆଲୋକ ସାଜି ଥିଲା ଏହି ହସ୍ପିଟାଲ। ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ଯୋଗାଇ ଆସୁଥିବା ଏହି ହସ୍ପିଟାଲ ଉପରେ ଯୋଡା, ବଡବିଲ, ବାମେବାରୀ, ଜୁରୁଡି ପରି ଖଣି ଅଞ୍ଚଳର ଲକ୍ଷ ଲକ୍ଷ ଶ୍ରମିକ ନିର୍ଭର କରୁଥିବା ବେଳେ ଆଜକୁ ପନ୍ଦର ବର୍ଷରୁ ଅଧିକ ହେବ ଏହି ହସ୍ପିଟାଲକୁ କେନ୍ଦ୍ର ସରକାର ବନ୍ଦ କରି ଦେଇଥିବାରୁ ଏବେ ଖଣି ଅଞ୍ଚଳର ଶ୍ରମିକ ମାନେ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ରହୁଛନ୍ତି। ତା ସହିତ ହସ୍ପିଟାଲ ବନ୍ଦ ପଡିଥିବାରୁ ହସ୍ପିଟାଲ ଭିତରେ ଥିବା ଉନ୍ନତ ମାନର ଯନ୍ତ୍ରପାତି ଖତ ଖାଉଛି, ଆସବାବ ପତ୍ର ସବୁ ମଧ୍ୟ ନଷ୍ଟ ହୋଇ ସାରିଛି। ଏଵେ ଏହି ହସ୍ପିଟାଲକୁ କିଛି ସିକ୍ୟୁରିଟି ଗାର୍ଡ ଜଗିଥିଲେ ମଧ୍ୟ ହସ୍ପିଟାଲ ପରିସର ଏକ ଭୂତ କୋଠୀରେ ପରିଣତ ହୋଇସାରିଛି। କିଛି ବର୍ଷ ତଳେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ବର ଟୁଡୁ ଏହି ଡାକ୍ତରଖାନା ପରିଦର୍ଶନ କରି ଏହାକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ନେଇ ପ୍ରତିଶୃତି ଦେବା ପରେ ମଧ୍ୟ ଏହା ଏଯାବତ ଖୋଲାଯାଇ ପାରି ନାହିଁ। ହସ୍ପିଟାଲ ବନ୍ଦ ହେବା ଯୋଗୁଁ ଏବେ ଖଣି ଅଞ୍ଚଳର ଗରିବ ଶ୍ରମିକ ହତାସ ହେବାସହ ସ୍ବାସ୍ଥ୍ୟ ସେବା ପାଇଁ ବେସରକାରୀ ଡାକ୍ତର ଖାନାରେ ଶୋଷଣର ଶିକାର ହେଉଥିବାରୁ ଏହାକୁ ନେଇ ଖଣି ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳୁଛି। ତେଣୁ ଏହି ହସପିଟାଲକୁ ଶୀଘ୍ର ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ସାଧାରଣରେ ଦାବୀ ହେଉଛି।

---------------

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande