ଆସନ୍ତା ରବିବାର ମା' ତାରିଣୀଙ୍କ ମନ୍ଦିର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର, ୫ ଡିସେମ୍ବର (ହି.ସ.)- ଆସନ୍ତା ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଗାଁ ସ୍ଥିତ ମା'' ତାରିଣୀ ପୀଠର ଉନ୍ନତିକରଣର ଭୁମିପୂଜନ ଏବଂ ଭିତ୍ତିପ୍ରସ୍ତ ସ୍ଥାପନ କରିବେ। ୩୫୦ କୋଟି ଟଙ୍କା ବ୍ୟୟରେ ଏହି ମନ୍ଦିର ଉନ୍ନତିକରଣ ପ୍ରକଳ୍ପ ଭୂମିପୂଜନ ଉତ୍ସବରେ ସମସ୍ତ ବିଧାୟକ, ସାଂସଦ, ଜନପ୍ରତିନ
Media briefing by bjp president


କେନ୍ଦୁଝର, ୫ ଡିସେମ୍ବର (ହି.ସ.)- ଆସନ୍ତା ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଗାଁ ସ୍ଥିତ ମା' ତାରିଣୀ ପୀଠର ଉନ୍ନତିକରଣର ଭୁମିପୂଜନ ଏବଂ ଭିତ୍ତିପ୍ରସ୍ତ ସ୍ଥାପନ କରିବେ। ୩୫୦ କୋଟି ଟଙ୍କା ବ୍ୟୟରେ ଏହି ମନ୍ଦିର ଉନ୍ନତିକରଣ ପ୍ରକଳ୍ପ ଭୂମିପୂଜନ ଉତ୍ସବରେ ସମସ୍ତ ବିଧାୟକ, ସାଂସଦ, ଜନପ୍ରତିନିଧିଙ୍କ ସହିତ ୩୦ ହଜାରରୁ ଉର୍ଧ୍ଵ ମା'ଙ୍କ ଭକ୍ତ ତଥା ଜନସାଧାରଣ ଉପସ୍ଥିତ ରହିବେ ବୋଲି ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ସୂଚନା ଦେଇଛନ୍ତି। ଘଟଗାଁ ସ୍ଥିତ ହାଇସ୍କୁଲ ପଡିଆରେ ନିର୍ମିତ ଅସ୍ଥାୟୀ ହେଲିପେଡରେ ଅବତରଣ କରିବା ପରେ ବିଜୟ ସମ୍ବର୍ଦ୍ଧନା ମୋଟର ସାଇକେଲ ରାଲିରେ ମୁଖ୍ୟମନ୍ତ୍ରୀ ମା' ଙ୍କ ମନ୍ଦିର ପର୍ଯ୍ୟନ୍ତ ଯିବେ। ସେଠାରେ ମା' ଙ୍କ ଦର୍ଶନ ଏବଂ ପୂଜା ପରେ ଚଣ୍ଡୀ ପାଠ ହେବା ପରେ ପୂର୍ଣ୍ଣାହୂତିରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ। ମହାରାଜ ଗୋବିନ୍ଦ ଭଞ୍ଜଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ପରେ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ସ୍ଥାନୀୟ ଘଟଗାଁ ମିନି ଷ୍ଟାଡିଅମ ଠାରେ ଉପସ୍ଥିତ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବେ ବୋଲି ଜିଲ୍ଲା ବିଜେପି ସଭାପତି କେନ୍ଦୁଝର ପ୍ରଦକ୍ଷଣ ଗୃହରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଏହି ଅବସରରେ ବିଜେପି ରାଜ୍ୟ ପ୍ରବକ୍ତା ବିରଜା ମିଶ୍ର, ନଗରପାଳ ଶ୍ରୀମତୀ ନିକୁ ସାହୁ, ସାଂସଦ ପ୍ରତିନିଧି ହରିହର ମହାନ୍ତ, ନଗର ସଭାପତି ଅସିତନନ୍ଦନ ମହାନ୍ତି, ଦିଲୀପ ପଣ୍ଡା, ବିଶ୍ୱଜିତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ମା' ତାରିଣୀଙ୍କ ମନ୍ଦିରର ଏହି ଭବ୍ୟ କାର୍ଯ୍ୟକ୍ରମରେ ଜିଲ୍ଲାବାସୀଙ୍କ ଉପସ୍ଥିତି କାମନା କରିଛନ୍ତି ଜିଲ୍ଲା ସଭାପତି ଶୁକଦେବ ମହାନ୍ତ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande