କେନାଲ ମରାମତି ପାଇଁ ଦାବି
ଜୟପୁର, ୫ ଡିସେମ୍ବର (ହି.ସ.)- କୋଲାବ ଡେମ ଯୋଗୁଁ ବିସ୍ଥାପିତ ହୋଇ କୋଟପାଡ଼ ଅଞ୍ଚଳର କଲୋନୀ ନମ୍ୱର ୬ ଗ୍ରାମବାସୀ ମାନେ କୋଲାବ କେନାଲର ପାଣି ସେମାନଙ୍କ ଜମିକୁ ପହଞ୍ଚୁ ନଥିବା ଯୋଗୁଁ ମୁଖ୍ୟଯନ୍ତ୍ରୀ ବେସିନ ମେନେଜର ଇନ୍ଦ୍ରାବତୀ ଓ କୋଲାବ ବେସିନ ବାରିଣିପୁଟ ଜୟପୁରର କାର୍ଯ୍ୟାଳୟ ଠାରେ କେନାଲ ମରାମତ
କେନାଲ ମରାମତି ପାଇଁ ଦାବି


ଜୟପୁର, ୫ ଡିସେମ୍ବର (ହି.ସ.)- କୋଲାବ ଡେମ ଯୋଗୁଁ ବିସ୍ଥାପିତ ହୋଇ କୋଟପାଡ଼ ଅଞ୍ଚଳର କଲୋନୀ ନମ୍ୱର ୬ ଗ୍ରାମବାସୀ ମାନେ କୋଲାବ କେନାଲର ପାଣି ସେମାନଙ୍କ ଜମିକୁ ପହଞ୍ଚୁ ନଥିବା ଯୋଗୁଁ ମୁଖ୍ୟଯନ୍ତ୍ରୀ ବେସିନ ମେନେଜର ଇନ୍ଦ୍ରାବତୀ ଓ କୋଲାବ ବେସିନ ବାରିଣିପୁଟ ଜୟପୁରର କାର୍ଯ୍ୟାଳୟ ଠାରେ କେନାଲ ମରାମତି ସମ୍ବନ୍ଧେ ଏକ ଦରଖାସ୍ତ ଦେଇଛନ୍ତି। ଏଥିରେ ନିବେଦନର କାରଣ କୋଲନୀ ନଂ ୬ କୋଟପାଡ଼ ବ୍ଲକର ଗ୍ରାମବାସୀ ବୃନ୍ଦ ଲିଖିତ ଜଣାଇଛନ୍ତି ଯେ, ଆମ ଗ୍ରାମ ଦେଇ ବତାସନା ମାଇନର ୩ ନଂ କେନାଲ ଯାଇଛି । ଏହି କେନାଲ ଉପରେ ଆମ୍ଭେ ଗ୍ରାମବାସୀ ଚାଷ ଉପରେ ନିର୍ଭରଶୀଳ ତେଣୁ କରି ଏହି କେନାଲର ମୁହଁରେ ଦୁଇଟି ହୋମ ପାଇପ ପକାଇବା ସହ କେନାଲର ମରାମତି ନିହାତି ଅବଶ୍ୟକ ଏବେ ଏହି କେନାଲର ଚଉଡ଼ା ୬ ଫୁଟ୍ ଅଛି, କିନ୍ତୁ ପାଣି ଆସିବା ପାଇଁ ୧୦ ଫୁଟ୍ ଚଉଡ଼ା କରାଗଲେ ଆମ୍ଭେ ଗ୍ରାମବାସୀ ଉପକୃତ ହେବୁ। ଗ୍ରାମ ପାଖ ଦେଇ ଯାଇଥିବା ମୁଖ୍ୟ କେନାଲ ତଥା କୋଟପାଡ଼ ଡ଼ିଷ୍ଟ୍ରିବୁଟାରୀ କେନାଲରେ ଏନଏଚ କ୍ରସିଙ୍ଗ୍ ପାଖରେ ଅତିକମରେ ୧ ମିଟର ପାଣି ହେଲେ ଆମ ବତାସନା କେନାଲରେ କିଛି ପାଣି ଆସୁଛି ୧ ମିଟରରୁ ପାଣି କମିଲେ ଆମ କେନାଲରେ ପାଣି ଆସୁ ନାହିଁ। ଆମ୍ଭେମାନେ କୋଲାବର ବିସ୍ଥାପିତ ବାସିନ୍ଦା ତେଣୁ ଆମ୍ଭ ଗ୍ରାମରେ ଦିନ ମଜୁରୀ କରି ଜୀବନଯାପନ କରୁଥିଲେ ମଧ୍ୟ ସମସ୍ତ ଗ୍ରାମବାସୀ ଚାଷ ଉପରେ ନିର୍ଭର ଶୀଳ ଏବଂ ଚାଷ ପାଇଁ ସେହି କେନାଲ ପାଣି ଉପରେ ନିର୍ଭର । ଏଥିଯୋଗୁ ଆପଣମାନଙ୍କୁ ବିନୀତ ଅନୁରୋଧ କରୁକି ତୁରନ୍ତ ବତାସନା ମାଇନର ୩ କେନାଲର ମରାମତି କରି ସୁବିଧା କଲେ ଆମ୍ଭେ କୋଲନୀ ନଂ ୬ ଗ୍ରାମବାସୀ ଚିର ଉପକୃତଜ୍ଞ ହେବୁ।

ଦାବି ପତ୍ର ଦେବାବେଳେ ମଦନ ମାଝୀଙ୍କ ସହ ଅନ୍ୟ ଗ୍ରାମବାସୀମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande