ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଜିଲ୍ଲା ସଭାପତି ଶ୍ରୀଧର ନାୟକଙ୍କ ବିୟୋଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ
ଭୁବନେଶ୍ୱର, ୦୫ ଡିସେମ୍ବର (ହି.ସ)- ଯାଜପୁରର ବରିଷ୍ଠ ଆଇନଜୀବୀ, ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଜିଲ୍ଲା ସଭାପତି ଶ୍ରୀଧର ନାୟକଙ୍କ ପରଲୋକରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ୍ସରେ କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି ଯାଜପୁରର ବରିଷ୍ଠ ଆଇନଜୀବୀ, ବିଶ୍
ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଜିଲ୍ଲା ସଭାପତି ଶ୍ରୀଧର ନାୟକଙ୍କ ବିୟୋଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ


ଭୁବନେଶ୍ୱର, ୦୫ ଡିସେମ୍ବର (ହି.ସ)- ଯାଜପୁରର ବରିଷ୍ଠ ଆଇନଜୀବୀ, ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଜିଲ୍ଲା ସଭାପତି ଶ୍ରୀଧର ନାୟକଙ୍କ ପରଲୋକରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

ଏକ୍ସରେ କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି ଯାଜପୁରର ବରିଷ୍ଠ ଆଇନଜୀବୀ, ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଜିଲ୍ଲା ସଭାପତି ଶ୍ରୀଧର ନାୟକଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ବିଶ୍ୱ ହିନ୍ଦୁ ପରିଷଦର ଜଣେ ନିଷ୍ଠାପର କାର୍ଯ୍ୟକର୍ତା ଏବଂ ଜଣେ ସମର୍ପିତ ସମାଜସେବୀ ଭାବେ ସେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଥିଲେ । ଦୀର୍ଘ ବର୍ଷ ଧରି ନିରନ୍ତର ଭାବେ ଗରିବ ଓ ଅସହାୟ ଲୋକଙ୍କୁ ଆଇନ ସହାୟତା ଯୋଗାଇଦେବାରେ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇ ରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଓଁ ଶାନ୍ତି

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande