
କନ୍ଧମାଳ , ୫ ଡିସେମ୍ବର (ହି.ସ.) କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର, ଫୁଲବାଣୀଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ଆଜି ପାଳିତ ହୋଇଯାଇଛି । ଚଳିତ ବର୍ଷର ବିଷୟ ବସ୍ତୁ ଥିଲା “ ସୁସ୍ଥ ସହର ପାଇଁ ସୁସ୍ଥ ମୃତ୍ତିକା ‘’ । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଶଳ ଚନ୍ଦ୍ର ନାଏକ ଯୋଗ ଦେଇଥିଲେ । ପ୍ରାରମ୍ଭିକ ଭାଷଣରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ଶତପତି ବିଶ୍ଵ ମୃତ୍ତିକା ଦିବସର ଉଦ୍ଦେଶ୍ୟ ବିଷୟରେ ଅବଗତ କରିବା ସହ ମୃତ୍ତିକାର ସଂରକ୍ଷଣ କିପରେ ଓ କାହିଁ କି କରିବା ସେଉପରେ ଆଲୋଚନା କରିଥିଲେ । ଉପ ନିର୍ଦ୍ଦେଶକ, ଉଦ୍ୟାନ କୃଷି ଶ୍ରୀମତୀ ସ୍ମିତା ମହାନ୍ତି ମୃତ୍ତିକାର ସ୍ବାସ୍ଥ୍ୟ ଓ ଉର୍ବରତା ଉପରେ ଆଲୋଚନା କରିଥିଲେ ସେହିପରି ଭାବେ ପ୍ରକଳ୍ପ ନିର୍ଦ୍ଦେଶକ, ଜଳବିଭାଜିକା ଶ୍ରୀ ଅରୁଣ କୁମାର ଆଚାର୍ଯ୍ୟ ମୃତ୍ତିକା ସଂରକ୍ଷଣ ଉପରେ ଆଲୋଚନା କରିଥିଲେ । ଜିଲ୍ଲା କୃଷି ଅଧିକାରୀ, ଘୁ ଉଦୟଗିରୀ ସୁନିତା ମିଶ୍ର, ଜିଲ୍ଲା କୃଷି ଅଧିକାରୀ, ବାଲିଗୁଡା ସୀତାକାନ୍ତ ରାଉତ, ଜିଲ୍ଲା କୃଷି ଅଧିକାରୀ ଶ୍ରୀ ରବିନାରାୟନ ନାୟକ ଏହି ଦିବସର ଗୁରୁତ୍ବ ଉପରେ ଆଲୋଚନା କରିଥିଲେ । ବୈଜ୍ଞାନିକ ଡଃ ଜ୍ଞାନଲୋକ ଦାସ, ବୈଜ୍ଞାନିକ ଡଃ ନାରାୟଣ ବାର ଓ ବୈଜ୍ଞାନିକ ଡଃ ସୁଜିତ କୁମାର ମୁଖୀ ବୈଷୟିକ ଆଲୋଚନାଚକ୍ରରେ ଚାଷୀମାନଙ୍କର ବିଭିନ୍ନ ପ୍ରଶ୍ନର ସମାଧାନ କରିଥିଲେ । ରାଜ୍ୟସ୍ତରୀୟ ପୁରସ୍କୃତ କୃଷକ ଶ୍ରୀ ବୃନ୍ଦାବନ ମଲ୍ଲିକ ନିଜର ଅନୁଭୂତି ସେୟାର କରିଥିଲେ । ଏହି କାର୍ଯ୍ୟକ୍ରମକୁ ସହକାରୀ କୃଷି ନିର୍ଦ୍ଦେଶକ, ମୃତ୍ତିକା ରସାୟନବିତ ପୁନମ ଚାନ୍ଦ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସାଂସଦଙ୍କ ପ୍ରତିନିଧି, ବିଧାୟକଙ୍କ ପ୍ରତିନିଧି ଶ୍ରୀ ଦେବାଶିଷ ପ୍ରିୟଦର୍ଶନ ସାହୁ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଆଟିନିୟାଲ ନାଏକା ଓ ଜିଲ୍ଲାର କୃଷକଗଣ ଯୋଗ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ