
ଚମ୍ପୁଆ, ୫ ଡିସେମ୍ବର (ହି.ସ.)- ଜଣେ ଯୁବକକୁ ମରଣାତ୍ମକ ଆକ୍ରମଣ ହୋଇଥିବା ନେଇ ଚମ୍ପୁଆ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ଚମ୍ପୁଆ ଥାନା ଅଧିନସ୍ଥ କରଞ୍ଜିଆ ଗ୍ରାମର ସୁଷମା ଚୌଧୁରୀଙ୍କ ପୁଅ ଜୀବନ କୁମାର ଚୌଧୁରୀ (୨୫) ଗତ ୩ ତାରିଖ ଅପରାହ୍ନରେ ନିଜ ଡ୍ୟୁଟି ସାରି ବାଇକରେ ଘରକୁ ଫେରୁଥିବା ବେଳେ କାଳିକାପ୍ରସାଦ ଜଙ୍ଗଲରେ ୩ ଜଣ ଯୁବକ ତାଙ୍କୁ ଅଟକାଇ ଆକ୍ରମଣ କରିଥିଲେ । ଆକ୍ରମଣର ଶିକାର ହୋଇ ଗୁରୁତର ଅବସ୍ଥାରେ ସେ ତଳେ ପଡି ଯାଇଥିଲେ । ଏହି ସମୟରେ ଉକ୍ତ ରାସ୍ତାରେ କିଛି ଲୋକ ଆସିବାରୁ ତାକୁ ଛାଡି ୩ ଜଣ ଯୁବକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ସ୍ଥାନୀୟ ଲୋକମାନେ ପରିବାର ଲୋକଙ୍କୁ ଖବର ଦେବା ସହିତ ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଚମ୍ପୁଆ ଡାକ୍ତରଖାନାକୁ ପଠାଇ ଥିଲେ ।
ସୂଚନା ଯୋଗ୍ୟ, ତା' ପାଖରେ ଥିବା ୪୫ ହଜାର ଟଙ୍କା ଆକ୍ରମଣକାରି ଯୁବକ ମାନେ ନେଇ ଯାଇଛନ୍ତି । ଜୀବନର ମା ସୁଷମା ଚୌଧୁରୀଙ୍କ ଅଭିଯୋଗ କ୍ରମେ ଚମ୍ପୁଆ ପୋଲିସ ମଣିମା ଗ୍ରାମର ଜଣେ ଯୁବକକୁ ଅଟକ ରଖି ତଦନ୍ତ ଜାରି ରଖିଛି ।
ହିନ୍ଦୁସ୍ଥାନ ସମାଚାର / Trinath Mahanta