ଫୁଟବଲ ମହାକୁମ୍ଭ ଉଦଯାପିତ : ଖଡ଼ିଆଳ ଚମ୍ପିୟାନ ଓ ଭୋଜପୁର ରନର୍ସ ଅପ
ନୂଆପଡା, ୫ ଡିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ଖେଳପଡ଼ିଆରେ କ୍ରିକେଟ ଓ ସ୍ପୋର୍ଟସ ଆସୋସିଏସନ ନେତୃତ୍ୱରେ ଚାଲିଥିବା ଫୁଟବଳ ମହାକୁମ୍ଭ ଆଜି ଉଦଯାପିତ ହୋଇଯାଇଛି। ଆଜିର ଉଦଯାପନୀ ଉତ୍ସବରେ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ, ନୂଆପଡ
Football mahakumbha final


ନୂଆପଡା, ୫ ଡିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ଖେଳପଡ଼ିଆରେ କ୍ରିକେଟ ଓ ସ୍ପୋର୍ଟସ ଆସୋସିଏସନ ନେତୃତ୍ୱରେ ଚାଲିଥିବା ଫୁଟବଳ ମହାକୁମ୍ଭ ଆଜି ଉଦଯାପିତ ହୋଇଯାଇଛି। ଆଜିର ଉଦଯାପନୀ ଉତ୍ସବରେ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ, ନୂଆପଡ଼ା ଜିଲ୍ଲାପାଳ ମଧୁସୁଦନ ଦାସ, ନୂଆପଡ଼ା ଆରକ୍ଷୀ ଅଧିକ୍ଷକ ଅମ୍ରିତ ପାଲ ସିଂହ, ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ, ଭୈରଭ ସାହୁ, ମନୋଜ ମିଶ୍ର, ପୁଷ୍ପାଞ୍ଜଳୀ ନନ୍ଦ, ଉଜ୍ଜଳ ଗୁପ୍ତା ପ୍ରମୁଖ ଯୋଗଦାନ କରି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ଆଜିର ଫାଇନାଲ ମ୍ୟାଚ ଖଡ଼ିଆଳ ଓ ଭୋଜପୁର ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ଏଥିରେ ଖଡ଼ିଆଳ ଦଳ ୧-୦ ଗୋଲରେ ବିଜୟ ହୋଇଥିଲା। ଦୀର୍ଘ ୧୭ ଦିନ ଧରି ଏହି ମହାକୁମ୍ଭ ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ୬୯ ଗୋଟି ଦଳକୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଆଜିର ଫୁଟବଲ ମହକୁମ୍ଭ ଅବସରରେ ରୁକୁ ସୁନାଙ୍କ ମେଲୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରେଫରୀ ଭାବେ ସଞ୍ଜନ କୁଡେଇ, ଛବି ନାଏକ, ମନୋରଞ୍ଜନ ମାଝୀ, ସୁବାଷ କୁଲୁ, ବଳରାମ ସରାଫ, ସୌରଭ ପଣ୍ଡା, ତାପସ ପତି, ଅମୂଲ୍ୟ ବାରିକ, ପୁରନ୍ଦର କରୁଆଁ, ଅନନ୍ତ ବେମାଲ, ଦେବାନ୍ତ ପ୍ରଧାନ ଖେଳ ପରିଚାଳନା କରିଥିଲେ । ପ୍ରକାଶ ଚନ୍ଦ୍ର ପାତ୍ର, ଧନଞ୍ଜୟ ମଲ୍ଲିକ, ଭୀମରାଜ ତାଣ୍ଡି, ଜଗଦୀଶ ନାଗ, ବିପିନ ବିଶି ଧାରାବିବରଣୀ ପ୍ରଦାନ କରିଥିଲେ । ଜିତେନ୍ଦ୍ରନାଥ ପଟ୍ଟନାୟକ, ସନ୍ତୋଷ ପଟ୍ଟନାୟକ, ବିଶ୍ଵଜିତ ପାଢୀ, ଗୋବର୍ଦ୍ଧନ ସୁନା, ହୀରାଧର ମେହେର, ରୁପେଶ ଛତ୍ରିଆ, ସାନ ଜଗତ, ବଡ଼ ଜଗତ, ପବନ ତ୍ରିବେଦୀ, ତନ୍ମୟ ବାଗ, ଟୁନା ଦୁର୍ଗା, ଦ୍ବିତୀୟ ରଂଜନ ବାଗ, ବରୁଣ ସୁନା, ବିନୋଦ ଦୁରିଆ, ଯୋଗେନ୍ଦ୍ର ପାଣ୍ଡେ, ଦେବ ଠାକୁର, ଧରଣୀ ପଟେଲ, ସୁବାଷ ବଘେଲ, ସଂଜୟ ପଣ୍ଡା, ନୀଳାମ୍ବର ମେହେର, ଅଶୋକ ବାରିକ, ଗୋବିନ୍ଦ ପଣ୍ଡା, ପ୍ରଶାନ୍ତ ବେହେରା ପ୍ରମୁଖ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande