
ଭଦ୍ରକ, ୫ ଡେିସମ୍ବର (ହି.ସ.) - ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସେବାର୍ଦୟ, ସଙ୍ଗଠିକା ମା ରମୋଦବୀଙ୍କ ୧୨୫ତମ ଜୟନ୍ତୀ ଗାନ୍ଧୀ ବିଚାର ମଂଚ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଓ ଗାନ୍ଧୀ ବାଳାଶ୍ରମର ମିଳିତ ଆନୁକୂଲ୍ୟେର ଗାନ୍ଧୀ ବାଳାଶ୍ରମ ପରିସରେର ଅନୁଷ୍ଠିତ ହୋଇଯାଇଛି । ଇଂ ଅଖିଲ ପାଢ଼ୀଙ୍କ ସଭାପତିତ୍େୱର ଅନୁଷ୍ଠିତ ସଭାରେ ଅତିଥି ଭାବରେ ପଣ୍ଡିତ ସଂଗ୍ରାମ ଆଚାଯ୍ୟ,ର୍ ଗାନ୍ଧୀ ବିଚାର ମଂଚର ସଭାପତି ଶାନ୍ତନୁ ରାଉତ, ପ୍ରାଧ୍ୟାପିକା ଝରଣା ପଟନାୟକ, ପ୍ରଭାତ ନଳିନୀ ମହାପାତ୍ର, ରାଧାରାଣୀ ମହାପାତ୍ର, ବରିଷ୍ଠ ନାଗରିକ ମଂଚର ସଭାପତି କୈଳାସ ମହାପାତ୍ର, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସମ୍ପାଦକ ପବନ ଶର୍ମା ଆଦି ଯୋଗ ଦେଇ ମା ରମାଦେବୀଙ୍କ ତ୍ୟାଗ, ସଂଗ୍ରାମ, ମାନବିକତା ପରି ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥେିଲ । ପ୍ରାଚୁଯ୍ୟର୍କୁ ପରିତ୍ୟାଗ କରି ସେ ସରଳତାକୁ ଗ୍ରହଣ କରିଥେିଲ । ବିଳାସ ବ୍ୟସନକୁ ତ୍ୟାଗ କରି ଜାତୀୟ ଆନ୍ଦୋଳନରେ ସାମିଲ ହୋଇଥେିଲ । ଲବଣ ସତ୍ୟାଗ୍ରହ, ଭାରତଛାଡ଼ ଓ ଅସହଯୋଗ ଆନ୍ଦୋଳନରେ ତାଙ୍କର ଅଗ୍ରଣୀ ଭୂମିକା ଥିଲା । ଭୂଦାନ ଓ ସେବାର୍ଦୟ ପରି ରଚନାତ୍ମକ କାଯ୍ୟର୍ରେ ସେ ନିଜକୁ ସାମିଲ କରିଥେିଲ । ଇେଂରଜ ସରକାରଙ୍କ ଲାଂଛନା, ନିର୍ଯ୍ୟାତନା, ଶୋଷଣ, ଲାଠିମାଡ଼ ଓ ଜେଲବରଣକୁ ଖାତିର ନ କରି ମା ରମାଦେବୀ ସ୍ୱାଧୀନତା ପାଇଁ ନିଜକୁ ଉତ୍ସର୍ଗ କରିଥେିଲ । ତାଙ୍କ ଆଦଶର୍ରେ ସମସ୍ତେ ଅନୁପ୍ରାଣିତ ହେବାକୁ ବକ୍ତାମାନେ ମତବ୍ୟକ୍ତ କରିଥେିଲ । ଓଡ଼ିଶା ସରକାରଙ୍କ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ପୁରସ୍କାର ପ୍ରାପ୍ତ ବିମଳା ନାଟ୍ୟ ସଂସଦର ସମ୍ପାଦକ ତଥା ଲୋକନାଟ୍ୟ ମୋଗଲ ତାମସାର ନେିଦ୍ଦଶର୍କ ଗୌରାଙ୍ଗ ବାରିକଙ୍କୁ ସମ୍ବଦ୍ଧିର୍ତ କରାଯାଇଥିଲା । ପ୍ରାରମ୍ଭରେ ଗାନ୍ଧୀ ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷାବିତ୍ କଲାମ ଖାଁ ଧନ୍ୟବାଦ ଅପର୍ଣ କରିଥେିଲ ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ