ଗୁଡଭେଲା ବ୍ଲକ୍ ସ୍ତରୀୟ କ୍ବିଜ୍ ପ୍ରତିଯୋଗିତା ଅନୁଷ୍ଠିତ
ବଲାଙ୍ଗିର, ୫ ଡିସେମ୍ବର (ହି.ସ.)- ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆନୁକୁଲ୍ୟରେ ଗୁଡଭେଲା ବ୍ଲକ୍ ସ୍ତରୀୟ କ୍ବିଜ୍ ପ୍ରତିଯୋଗିତା ଆଜି ତେନ୍ତୁଳିଖୁଣ୍ଟି ଗ୍ରାମ ପଞ୍ଚାୟତ ହାଇସ୍କୁଲ, ଡାହିମାଲ ଠାରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଗ୍ନି କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉଦ
ଗୁଡଭେଲା ବ୍ଲକ୍ ସ୍ତରୀୟ କ୍ବିଜ୍ ପ୍ରତିଯୋଗିତା ଅନୁଷ୍ଠିତ*


ଗୁଡଭେଲା ବ୍ଲକ୍ ସ୍ତରୀୟ କ୍ବିଜ୍ ପ୍ରତିଯୋଗିତା ଅନୁଷ୍ଠିତ*


ଗୁଡଭେଲା ବ୍ଲକ୍ ସ୍ତରୀୟ କ୍ବିଜ୍ ପ୍ରତିଯୋଗିତା ଅନୁଷ୍ଠିତ*


ବଲାଙ୍ଗିର, ୫ ଡିସେମ୍ବର (ହି.ସ.)- ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆନୁକୁଲ୍ୟରେ ଗୁଡଭେଲା ବ୍ଲକ୍ ସ୍ତରୀୟ କ୍ବିଜ୍ ପ୍ରତିଯୋଗିତା ଆଜି ତେନ୍ତୁଳିଖୁଣ୍ଟି ଗ୍ରାମ ପଞ୍ଚାୟତ ହାଇସ୍କୁଲ, ଡାହିମାଲ ଠାରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଗ୍ନି କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ସଭାରେ ଏବିଇଓ ତଥା ବିଆର୍‌ସିସି ରମେଶ ଚନ୍ଦ୍ର ସାମର୍ଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଏବିଇଓ ବିପିନ ବାଗ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଗୁଡଭେଲା ସିଆରସିସି ଷଢାନନ ପ୍ରଧାନୀ ସଭା ସଞ୍ଚାଳନ କରିଥିଲେ ଓ ତୁଷୁରା ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ପୁରସ୍କାର ବିତରଣ ଉତ୍ସବରେ ସିଆରସିସି ଜଗମୋହନ ତ୍ରିପାଠୀ ସଭା ସଞ୍ଚାଳନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ସାମର୍ଥ, ସମ୍ମାନିତ ଅତିଥି ଶ୍ରୀ ବାଗ ଓ ସଭାପତି ଶ୍ରୀ ନାଏକ କୃତି ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ଓ ମୋମେଣ୍ଟ ପ୍ରଦାନ କରି ପୁରସ୍କୃତ କରିଥିଲେ। ଏଥିରେ ବ୍ଲକ୍‌ର ପ୍ରତ୍ୟେକ ବିଦ୍ୟାଳୟରୁ ସର୍ବ କନିଷ୍ଠ, କନିଷ୍ଠ ଓ ବରିଷ୍ଠ ବିଭାଗ ପାଇଁ ଜଣେ ଲେଖାଏଁ ପ୍ରତିଭାଗୀ ଅଂଶଗ୍ରହଣ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ପ୍ରଧାନ ଶିକ୍ଷକ, ଗାଇଡ ଶିକ୍ଷକ ଶିକ୍ଷୟିତ୍ରୀ, ଗୋଷ୍ଟି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସେବକ ସେବିକା ସହଯୋଗ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande