
ସମ୍ବଲପୁର, ୦୫, ଡିସେମ୍ବର (ହି.ସ.)
ସମ୍ବଲପୁର ବୁର୍ଲା ଭିମସାରର କନିଷ୍ଠ ଡାକ୍ତର ସଂଘ(ଜେଡିଏ)ର ନୂତନ କମିଟିଙ୍କୁ ଦାୟିତ୍ବ ହସ୍ତାନ୍ରଣ ଓ ସପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଉତ୍ତରାଞ୍ଚଳ ପୋଲିସ ମହାନିରୀକ୍ଷକ, ସମ୍ବଲପୁରର ହିମାଂଶୁ କୁମାର ଲାଲ ମୁଖ୍ଯଅତିଥି ଭାବେ ଯୋଗଦେଇ କରିବା ଚିକିତ୍ସାରେ ଶୃଙ୍ଖଳା ଓ ରୋଗୀ ପ୍ରାଥମିକତା ନୀତି ଅନୁସରଣ କରିବାକୁ ଆହ୍ବାନ ଦେଇଥିଲେ। ସେହିପରି ସମ୍ମାନିତ ଅତିଥିଭାବେ ଯୋଗଦେଇ ଭିମସାରର ପୂର୍ବତନ ଡିନ୍ ପ୍ରଫେସର ଡା. ବ୍ରଜ ମୋହନ ମିଶ୍ର ନିଜ ବକ୍ତବ୍ଯରେ ସୁଦୃଢ଼ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯୁବ ଚିକିତ୍ସକଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ନବନିର୍ବାଚିତ ସଭାପତି ଡା. ମଳୟ ରଞ୍ଜନ ମଲ୍ଲିକ, ସାଧାରଣ ସମ୍ପାଦକ ଡା. ଦେବଦତ୍ତ ପଣ୍ଡାଙ୍କ ସହ କାର୍ଯ୍ୟନିର୍ବାହୀ ସଦସ୍ୟମାନେ ଆନୁଷ୍ଠାନିକ ଭାବରେ ଶପଥ ଗ୍ରହଣ କରିଥିଲେ। ସପଥ ନେବା ଅବସରରେ ସମସ୍ତ କର୍ମକର୍ତ୍ତା ନୈତିକ ଚିକିତ୍ସା ଅଭ୍ୟାସକୁ ବଜାୟ ରଖିବା, ଛାତ୍ରୀଛାତ୍ରଙ୍କ ପାଇଁ ଉପଯୁକ୍ତ ଶିକ୍ଷା ସହାୟକ ବରିବେଶ ନିଶ୍ଚିତ, କ୍ଯାମ୍ପସର ସୁରକ୍ଷା, ଓ ଅନୁଷ୍ଠାନିକ ପ୍ରଗତିରେ ବ୍ରତୀ ହେବାକୁ ପ୍ରତିଶ୍ରୁତି ଦେଇଥିଲେ। ଉତ୍ସବରେ ଭାରପ୍ରପ୍ତ ଡିନ୍ ଓ ଅନୁଷ୍ଠାନ ଅନ୍ୟାନ୍ୟ ମୁଖ୍ୟମାନେ ବକ୍ତବ୍ଯ ରଖି ଜେଡିଏର ନୂତନ ନେତୃମଣ୍ଡଳିଙ୍କୁ ଶୈକ୍ଷିକ ଉତ୍କର୍ଷତା ଓ ନିଷ୍ଠାପର ରୋଗୀସେବା ପାଇଁ କାର୍ଯ୍ୟ କରିବାକୁ ଉତ୍ସାହିତ କରିଥିଲେ। ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି, ଅଧ୍ୟାପିକା, ଅଧ୍ୟାପକ ଓ ଛାତ୍ରୀଛାତ୍ର ଉପସ୍ଥିତ ଥିଲ। ଧନ୍ୟବାଦ ପ୍ରସ୍ତାବ ସହିତ ଉତ୍ସବ ସମ୍ପନ୍ନ ହୋଇଥିଲା। ଏହାବାଦ ଏକାଧିକ ଫେଲୋସିପ ଅଧିବେଶନ ଆୟୋଜିତ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ