
ଭବାନୀପାଟଣା, ୫ ଡିସେମ୍ବର (ହି.ସ.)- ସରକାରଙ୍କର ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଅନୁସାରେ, କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ୧୫ରୁ ୨୯ ବର୍ଷ ବୟସ୍କ ଯୁବମାନଙ୍କ ମଧ୍ୟରେ ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ ବିଭିନ୍ନ ପ୍ରତିଯୋଗିତା ଜିଲ୍ଲା ସଦରମହକୁମା ସ୍ଥିତ ଟାଉନ୍ ହଲ୍ ଓ ଇ ଟି ସି ରେ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ସମ୍ମାନିତ ଅତିଥିଭାବେ ଉପ ଜିଲ୍ଲାପାଳ, ଭବାନୀପାଟଣା, ପ୍ରଭାତ କୁମାର ପରିଡ଼ା, କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି, ଜୟ ଶଙ୍କର ନାୟକ, ଯୁଗଳ କିଶୋର ପୋଢ଼, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା କ୍ରୀଡ଼ା ଅଧିକାରୀ ରମେଶ ଚନ୍ଦ୍ର ପାଢି ଏଚଓଡି ରାଜନୀତି ବିଜ୍ଞାନ ମା' ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟ ଭବାନୀପାଟଣା କୈଳାଶଚନ୍ଦ୍ର ଦାସ, ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର, ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ଉମେଶ ଚନ୍ଦ୍ର ଶତପଥୀ ପ୍ରମୁଖ ଯୋଗଦେଇ ଯୁବ ଉତ୍ସବ ପାଳନର ତାତ୍ପର୍ଯ୍ୟ ଉପରେ ଉଲ୍ଲେଖ କରିବା ସହିତ ଯୁବପିଢ଼ି ନିଜର ଉଜ୍ଜ୍ଵଳ ଭବିଷ୍ୟତ ଗଡ଼ିବା ସହିତ ସୁଦୃଢ ଗଣତନ୍ତ୍ର ଓ ବିକଶିତ ରାଷ୍ଟ୍ର ଗଠନରେ ଯୁବକ, ଯୁବତୀଙ୍କ ପ୍ରମୂଖ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ।ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ, ନୂଆ ଭାବନା ଓ ବିଜ୍ଞାନମେଳା ଅନ୍ତର୍ଗତ ୭ଟି ବିଭାଗରେ ଲୋକଗୀତ(ଦଲଗତ), ଲୋକନୃତ୍ୟ, ଭାଷଣ, କାହାଣୀ ଲିଖନ, କବିତା ଲିଖନ, ଚିତ୍ରାଙ୍କନ, ବିଜ୍ଞାନ ମେଳା ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ସମସ୍ତ ପ୍ରତିଯୋଗିତା ଭବାନୀପାଟଣା ଟାଉନହଲ୍ ଓ ପ୍ରଶିକ୍ଷଣ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସ୍ତରର ୭ଟି ବିଭାଗର ବିଜେତାମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଯୋଗଦେବେ। ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାର ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ ପରିଚାଳନା କରିଥିଲା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ମାଇଁ ଭାରତ କଳାହାଣ୍ଡିର ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର, ଅନୁଷ୍ଠାନର ସମସ୍ତ ସ୍ଵେଚ୍ଛାସେବୀ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ