କେନ୍ଦ୍ରାପଡା କ୍ରେଡିଟ୍ କୋଅପରେଟିଭ ସୋସାଇଟି ପକ୍ଷରୁ କର୍କଟ ରୋଗୀଙ୍କୁ ସହାୟତା
କେନ୍ଦ୍ରାପଡା, ୫ ଡିସେମ୍ବର (ହି.ସ.)- କେନ୍ଦ୍ରାପଡ଼ା କ୍ରେଡିଟ କୋଅପରେଟିଭ ସୋସାଇଟି ମୁଖ୍ୟ ଶାଖା ପକ୍ଷରୁ କେନ୍ଦ୍ରାପଡ଼ା ବ୍ଲକ ନିକିରାଇ ପଞ୍ଚାୟତର ରକ୍ତକର୍କଟ ରୋଗୀ ସରୋଜ ପଣ୍ଡା(ବାବୁ)ଙ୍କ ପତ୍ନୀ ସରୋଜିନୀ ତ୍ରିପାଠୀଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଶ୍ରୀମତୀ ତ୍ରିପାଠୀ
କେନ୍ଦ୍ରାପଡା କ୍ରେଡିଟ୍ ପକ୍ଷରୁ କର୍କଟ ରୋଗୀଙ୍କୁ ସହାୟତା


କେନ୍ଦ୍ରାପଡା, ୫ ଡିସେମ୍ବର (ହି.ସ.)- କେନ୍ଦ୍ରାପଡ଼ା କ୍ରେଡିଟ କୋଅପରେଟିଭ ସୋସାଇଟି ମୁଖ୍ୟ ଶାଖା ପକ୍ଷରୁ କେନ୍ଦ୍ରାପଡ଼ା ବ୍ଲକ ନିକିରାଇ ପଞ୍ଚାୟତର ରକ୍ତକର୍କଟ ରୋଗୀ ସରୋଜ ପଣ୍ଡା(ବାବୁ)ଙ୍କ ପତ୍ନୀ ସରୋଜିନୀ ତ୍ରିପାଠୀଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଶ୍ରୀମତୀ ତ୍ରିପାଠୀ ରକ୍ତ କର୍କଟରେ ପୀଡିତ ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଆୟୁଷ୍ମାନ ଯୋଜନାରେ ଥିବା ବୀମା ରାଶି ଶେଷ ହୋଇଯାଇଛି। ତାଙ୍କର ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଛି। ଏହି ଖବର ଜାଣିବା ପରେ କେନ୍ଦ୍ରାପଡ଼ା କ୍ରେଡିଟ ସୋସାଇଟିର ସଭାପତି ପ୍ରମୋଦ କୁମାର ସାହୁ ଶ୍ରୀମତୀ ତ୍ରିପାଠୀଙ୍କ ଚିକିତ୍ସା ପାଇଁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହି ଅବସରରେ ସଭାପତି ଶ୍ରୀ ସାହୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠି ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ଥିବାରୁ ସହାୟତା ଯୋଗାଇ ଦେବା ପାଇଁ ନିବେଦନ କରିଛନ୍ତି। ଶ୍ରୀ ସାହୁ କହିଛନ୍ତି ଯେ, କେନ୍ଦ୍ରାପଡ଼ା କ୍ରେଡିଟ ସୋସାଇଟି ବ୍ୟବସାୟ ସହ ସାମାଜିକ ଦିଗ ପ୍ରତି ଅଙ୍ଗିକାରବଦ୍ଧ। ସୋସାଇଟି ଅନେକ ସମାଜସେବା କାର୍ଯ୍ୟ ଯେପରି ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା, ପ୍ରାକୃତିକ ବିପର‌୍ୟ୍ୟୟ ସମୟରେ ବିପନ୍ନଙ୍କୁ ସହାୟତା, ଗରିବ ଓ ଅସହାୟ ରୋଗୀଙ୍କୁ ସହାୟତା, ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହନ ପ୍ରଦାନ କରିଥାଏ।

ଏହି ସହାୟତା କାର୍ଯ୍ୟକ୍ରମରେ ସମିତିର ମୁଖ୍ୟ ସାଧାରଣ ପରିଚାଳକ ମନୋଜ ସାହୁ ଓ ମୁଖ୍ୟ ଶାଖା ବରିଷ୍ଠ ପରିଚାଳକ ପଙ୍କଜ ମଲ୍ଲିକ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande