ମହାନଦୀ ଜଳ ବିବାଦ ମାମଲାରେ ଓଡ଼ିଶା-ଛତିଶଗଡ଼ର ଯୁଗ୍ମ ବୈଷୟିକ କମିଟି ବୈଠକ ଆଜି
ଭୁବନେଶ୍ୱର, 5 ଡିସେମ୍ବର (ହି.ସ.) ଭୁବନେଶ୍ୱର5ଡିସେମ୍ବର (ହି.ସ.)- ମହାନଦୀ ଜଳ ବିବାଦ ମାମଲାରେ ଆଜି ଓଡ଼ିଶା-ଛତିଶଗଡ଼ର ଯୁଗ୍ମ ବୈଷୟିକ କମିଟି ବୈଠକ ବସିବ । ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଗୃହରେ ବଡ଼ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ
ମହାନଦୀ ଜଳ ବିବାଦ ମାମଲାରେ ଓଡ଼ିଶା-ଛତିଶଗଡ଼ର ଯୁଗ୍ମ ବୈଷୟିକ କମିଟି ବୈଠକ ଆଜି


ଭୁବନେଶ୍ୱର, 5 ଡିସେମ୍ବର (ହି.ସ.)

ଭୁବନେଶ୍ୱର5ଡିସେମ୍ବର (ହି.ସ.)- ମହାନଦୀ ଜଳ ବିବାଦ ମାମଲାରେ ଆଜି ଓଡ଼ିଶା-ଛତିଶଗଡ଼ର ଯୁଗ୍ମ ବୈଷୟିକ କମିଟି ବୈଠକ ବସିବ

। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଗୃହରେ ବଡ଼ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ

ମୁକେଶ ମହାଲିଙ୍ଗ । ସେ କହିଛନ୍ତି ମହାନଦୀ ଜଳ ବିବାଦ ସମାଧାନ ପାଇଁ କେସ ଏବେ ଟ୍ରିବ୍ୟୁନାଲରେ ଅଛି । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏବଂ ଛତିଶଗଡ଼ରେ ସରକାର ପରିବର୍ତ୍ତନ ହେଲା ପରେ ଉଭୟ ରାଜ୍ୟର

ମୁଖ୍ୟମନ୍ତ୍ରୀଙ୍କ ଭିତରେ ଅନୌପଚାରିକ ଭାବେ ଆଲୋଚନା ହୋଇଥିଲା । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ

ଶାହଙ୍କ ହୋଇଥିବା ପୂର୍ବାଂଚଳ ଜୋନାଲ କନଫରେନ୍ସରେ ମଧ୍ୟ ଆଲୋଚନା ହୋଇଥିଲା । ଯେଉଁଥିରେ

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ

ମଧ୍ୟ ଉପସ୍ଥିତ ଥିଲେ । କେନ୍ଦ୍ର ସରକାର ମଧ୍ୟ ଜଳ ବିବାଦ ପ୍ରସଙ୍ଗକୁ ଗୁରୁତର ଭାବେ ନେଇଛନ୍ତି

। ଏହାସହ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ ଗତ 30 ଅଗଷ୍ଟ 2025ରେ ଦିଲ୍ଲୀରେ ବୈଠକ ହୋଇଥିଲା । ସେହିପରି ଉଭୟ ରାଜ୍ୟର ଜଏଣ୍ଟ ଟେକ୍ନିକାଲ

କମିଟି ମଧ୍ୟରେ 6 ଥର ବୈଠକ ହୋଇସାରିଲାଣି । ତାପରେ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ

10 ନଭେମ୍ବର 2025ରେ ଆଲୋଚନା ହୋଇଥିଲା । ଏହାସହ ଆସନ୍ତାକାଲି ଅର୍ଥାତ 4 ଡିସେମ୍ବର 2025ରେ

ଉଭୟ ରାଜ୍ୟର ଜଏଣ୍ଟ ଟେକ୍ନିକାଲ କମିଟି ଓ ୱାର୍କିଂକମିଟି ମଧ୍ୟରେ ଆଲୋଚନା ଅଛି । ତେବେ ଜଳ ବିବାଦ ବାବଦରେ ଆସନ୍ତା 20 ଡିସେମ୍ବର 2025ରେ

ପରବର୍ତ୍ତୀ ଶୁଣାଣି ଅଛି ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande