ଦଶ ହଜାର କେଜି ମହୁଲ ପୋଚ ନଷ୍ଟକଲା ତୁରୁମୁଙ୍ଗା ପୋଲିସ
କେନ୍ଦୁଝର, ୫ ଡିସେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଥାନା ଅଂଚଳ ଦାଶରଥିପୁର ଏବଂ ବାଲିଆପୋଷି ଗ୍ରାମରେ ଆଜି ଶୁକ୍ରବାର ଭୋର ସମୟରେ ଅତର୍କିତ ଚଢ଼ଉ କରି ବିପୁଳ ପରିମାଣରେ ମହୁଲ ପୋଚ ନଷ୍ଟ କରାଯାଇଛି। ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ ମଧ୍ୟ ହୀରାପୋଷି ଅଂ
ଦଶ ହଜାର କେଜି ମହୁଲ ପୋଚ ନଷ୍ଟକଲା ତୁରୁମୁଙ୍ଗା ପୋଲିସ


କେନ୍ଦୁଝର, ୫ ଡିସେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଥାନା ଅଂଚଳ ଦାଶରଥିପୁର ଏବଂ ବାଲିଆପୋଷି ଗ୍ରାମରେ ଆଜି ଶୁକ୍ରବାର ଭୋର ସମୟରେ ଅତର୍କିତ ଚଢ଼ଉ କରି ବିପୁଳ ପରିମାଣରେ ମହୁଲ ପୋଚ ନଷ୍ଟ କରାଯାଇଛି।

ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ ମଧ୍ୟ ହୀରାପୋଷି ଅଂଚଳରେ ଚଢ଼ଉ କରି ଦଶ ହଜାର କେ.ଜି. ପୋଚ ନଷ୍ଟ କରାଯାଇଥିଲା। ତୁରୁମୁଙ୍ଗା ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ତୁରୁମୁଙ୍ଗା ଥାନାର ଷ୍ଟାଫ ମିଳିତ ଭାବରେ ଏହି ଚଢ଼ଉକୁ ସଫଳ କରିଥିଲେ । ପୋଚ ଗୁଡିକ ସେହି ଠାରେ ନଷ୍ଟ କରି ମଦ ରନ୍ଧା ସାମଗ୍ରୀକୁ ଜବତ କରାଯାଇଥିବା ବେଳେ ଘଟଣାରେ କେହି ଗିରଫ ହୋଇ ନାହାନ୍ତି। ସେହିପରି ମହୁଲି ମଦ ଓ ହାଣ୍ଡିଆ ଭାଟିରେ ଚଢ଼ଉ କରି ମଦ ଓ ହାଣ୍ଡିଆକୁ ନଷ୍ଟ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande