
କେନ୍ଦ୍ରାପଡା, ୫ ଡିସେମ୍ବର (ହି.ସ.)- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପୂର୍ବତନ ରାଜ୍ୟ ସଂଗଠନ ସମ୍ପାଦକ ତଥା ସ୍ୱଦେଶୀ ଜାଗରଣ ମଞ୍ଚର ରାଜ୍ୟ ସଂଯୋଜକ ନିର୍ମଳ ଷଡ଼ଙ୍ଗୀଙ୍କ ଅକାଳ ବିୟୋଗରେ କେନ୍ଦ୍ରାପଡ଼ାରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ନିର୍ମଳ ଷଡ଼ଙ୍ଗୀ ସ୍ମୃତି ସମିତି ଆନୁକୂଲ୍ୟରେ ସ୍ଥାନୀୟ ଗରାପୁର ସ୍ଥିତ ଶିବାନନ୍ଦ ଆଶ୍ରମରେ କାର୍ଯ୍ୟକ୍ରମର ସଂଯୋଜକ ଅମୃତ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମକୁ ଦିବ୍ୟ ଜୀବନ ସଂଘର ସଭାପତି ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ବତୀ ଦ୍ବୀପ ପ୍ରଜ୍ଵଳନ କରି ଉଦଘାଟନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପୂର୍ବପ୍ରାନ୍ତ ସହ ବୌଦ୍ଧିକ ପ୍ରମୁଖ ବିଶ୍ୱମ୍ବର ପାଣି, ଏବିଭିପିର ପୂର୍ବ ପ୍ରାନ୍ତ ସଂଗଠନ ସମ୍ପାଦକ ବୁଦ୍ଧଦେବ ବାଗ, ବିଜେପି ରାଜ୍ୟ ଉପସଭାପତି ବିଷ୍ଣୁ ଦାସ, ହିନ୍ଦୁ ଜାଗରଣ ସାମୁଖ୍ୟର ରାଜ୍ୟ ସଂଯୋଜକ ତନ୍ମୟ ଦାଶ, ଅଖିଳ ଭାରତୀୟ କାର୍ଯ୍ୟକର୍ତ୍ତା ପ୍ରମୋଦ ରାଉତ, ଏବିଭିପି ରାଜ୍ୟ ଉପସଭାପତି ବୈଲୋଚନ ଦାସ, ସ୍ୱଦେଶୀ ଜାଗରଣ ମଞ୍ଚର ଜିଲ୍ଲା ସଂଯୋଜକ ମନୋରଞ୍ଜନ ମିଶ୍ର, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନାକର ବେହେରା, ପୂର୍ବତନ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ଜିଲ୍ଲା ଉପସଭାପତି ଅଭିମନ୍ୟୁ ଗୋଛାୟତ, ବରିଷ୍ଠ କାର୍ଯ୍ୟକର୍ତ୍ତା ବୈଦ୍ୟନାଥ ଚାଟ୍ଟାର୍ଜୀ, ରବିନାରାୟଣ ପତି ପ୍ରମୁଖ ଯୋଗଦେଇ ନିର୍ମଳ ଷଡ଼ଙ୍ଗୀ କିପରି ସଂଗଠନ ବିସ୍ତାର ପାଇଁ ସୁଦୂର ପୁରୀର କାକଟପୁରରୁ ନିଜ ଘର ଦ୍ୱାର ଛାଡି ସମ୍ପୂର୍ଣ୍ଣ ସମୟ ଦେଇ କେନ୍ଦ୍ରାପଡ଼ାରେ ଏବିଭିପି ଓ ସ୍ୱଦେଶୀ ସଂଗଠନ ବିସ୍ତାର ପାଇଁ ନିସ୍ଵାର୍ଥ ଭାବେ ଅନବରତ କାର୍ଯ୍ୟ କରିଥିଲେ ତାହା କହିଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି