
କେନ୍ଦୁଝର, 5 ଡିସେମ୍ବର (ହି.ସ.)
ଭାରତର ସରକାରଙ୍କ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଏକ ଲୋକାଭିମୂଖୀ ଯୋଜନା। ମହିଳା ମାନେ ବେଶ୍ ଉପକୃତ ହେଉଥିବା ବେଳେ ଏହି ଯୋଜନାକୁ ଆହୁରି କ୍ରିୟାଶୀଳ କରିବାକୁ ଭାରତ ସରକାର ଗୁରୁତ୍ବ ଦେଉଥିବା ରାଜ୍ୟସ୍ତରୀୟ ଅଏଲ୍ ଇଣ୍ଡଷ୍ଟ୍ରି ଓଡ଼ିଶାର ମୁଖ୍ୟ ମହାପ୍ରବନ୍ଧକ ଓ ଇଣ୍ଡିଆନ ଅଏଲ କର୍ପୋରେସନ ରାଜ୍ୟ ପ୍ରମୁଖ କମଲ ଶୀଲ କହିଛନ୍ତି।
କେନ୍ଦୁଝର ଧାଙ୍ଗରପଡାଠାରେ ଅବସ୍ଥିତ ହୋଟେଲ ଶ୍ରୀକ୍ଷେତ୍ରଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଅର୍ଥନୈତିକ ଭାବେ ଦୁର୍ବଳ ପରିବାରର ମହିଳାଙ୍କୁ ସ୍ବଚ୍ଛ ସୁରକ୍ଷିତ ଏବଂ ଶସ୍ତାରେ ଇନ୍ଧନ ଯୋଗାଇବାକୁ ଭାରତ ସରକାର ଗୁରୁତ୍ୱ ଦେଉଥିବା ଏଥିରେ ଶୀଲ ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ୨୦୧୬ରେ ଆରମ୍ଭହୋଇଥିବା ବେଳେ ଅଦ୍ୟାବିଧା ୧୦.୩୩ କୋଟିରୁ ଅଧିକ ମହିଳାଙ୍କୁ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ସାମିଲ ହୋଇଛନ୍ତି। ବର୍ତ୍ତମାନ ୨୫ଲକ୍ଷ ଅତିରିକ୍ତ ନିଶୁଳ୍କ ଏଲ୍.ପି.ଜି ସଂଯୋଗ ପାଇଁ ଭାରତ ସରକାର ଅନୁମୋଦନ କରିଥିବାବେଳେ ଏହି ଯୋଜନାରେ
କୌଣସି ଅର୍ଥ ଜମା ନକରି ଆର୍ଥିକ ଅନଗ୍ରସର ମହିଳାକୁ ସିଲିଣ୍ଡିର, ରେଗୁଲେଟର ଏବଂ ଅନ୍ୟାନ୍ୟ ଉପକରଣ ସମ୍ପର୍ଣ୍ଣ ମାଗଣାରେ ଯୋଗାଇ ଦିଆଯିବ। ଏଥିସ ହିତ ନିଶୁଳ୍କ ଗ୍ୟାସ୍ ଚୁଲା ଏବଂ ପ୍ରଥମ ରିଫଲିଂ ମାଗଣାରେ ପ୍ରଦାନ କରାଯାଉଥିବା ସୂଚନା ଦିଆଯାଇଛି।
ହିତାଧିକାରୀ ମାନେ ନିଜର ଆବଶ୍ୟକତା ଅନୁଯାୟୀ ୧୪.୨ ଓ ୫ କିଲୋଗ୍ରାମର ଗ୍ୟାସ ସିଲିଣ୍ଡର ନେଇ ପାରିବେ। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗରିବ ପରିବାରର ମହିଳା, ଯାହାଙ୍କର ପୂର୍ବରୁ ଏଲପିଜି ସଂଯୋଗ ନଥୁବ ସେମାନେ ଆବେଦନ କରିପାରିବେ ବୋଲି ସୂଚନା ଦେଇଥିଲେ। ହିତାଧିକାରୀ ମାନେ କୌଣସି ଠକାମିର ଶିକାର ହେଲେ ଟୋଲ ଫ୍ରି ନମ୍ବରରେ ଅଭିଯୋଗ କରି ପାରିବେ। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସ୍ତରୀୟ ସମନ୍ବିୟ ଅଏଲ ଇଣ୍ଡଷ୍ଟ୍ରି ଓଡ଼ିଶାର ମୁଖ୍ୟ ମହାପ୍ରବନ୍ଧକ ଓ ଇଣ୍ଡିଆନ ଅଏଲ କର୍ପୋରେସନ ରାଜ୍ୟ ପ୍ରମୁଖ କମଲ ଶୀଲ, ଏଲପିଜି ମୁଖ୍ୟ ମହାପ୍ରବନ୍ଧକ ନାରା ଟୁଣ୍ଡୁପ, କେନ୍ଦୁଝର ମୁଖ୍ୟ ବେସାମରିକ ଯୋଗାଣ ଅଧିକାରୀ ପବିତ୍ର କୁମାର ସାହୁ, କର୍ପୋରେଟ ସଞ୍ଚାର, ଯୋଜନା ଓ ସମନ୍ବୟ ମହାପ୍ରବନ୍ଧକ ସୁସ୍ମିତା ତ୍ରିପାଠୀ ଓ ମଣ୍ଡଳୀୟ ଏଲପିଜି ବିକ୍ରୟ ପ୍ରମୁଖ ସନ୍ତୋଷ କୁମାର ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA