ପ୍ରାଥମିକ ଶିକ୍ଷକ ମାନଙ୍କର ଗ୍ରେଡ ପେ ବଢାଇବାକୁ ଦାବି କଲେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ
ଭୁବନେଶ୍ୱର, 05 ଡିସେମ୍ବର (ହି.ସ.) ରାଜ୍ୟରେ ପ୍ରାଥମିକ ଶିକ୍ଷକ ମାନେ ଗ୍ରେଡ ପେ ସମେତ ବିଭିନ୍ନ ପ୍ରସଙ୍ଗ ନେଇ ଆନ୍ଦୋଳନ ପ୍ରସଙ୍ଗ ଆଜି ବିଧାନସଭାରେ ଉଠିଛି । ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ଏହି ପ୍ରସଙ୍ଗ ଆଜି ବିଧାନସଭାରେ ଉଠାଇଛନ୍ତି । ସେ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ,
ପ୍ରାଥମିକ ଶିକ୍ଷକ ମାନଙ୍କର ଗ୍ରେଡ ପେ ବଢାଇବାକୁ ଦାବି କଲେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ


ଭୁବନେଶ୍ୱର, 05 ଡିସେମ୍ବର (ହି.ସ.) ରାଜ୍ୟରେ ପ୍ରାଥମିକ ଶିକ୍ଷକ ମାନେ ଗ୍ରେଡ ପେ ସମେତ ବିଭିନ୍ନ ପ୍ରସଙ୍ଗ ନେଇ ଆନ୍ଦୋଳନ ପ୍ରସଙ୍ଗ ଆଜି ବିଧାନସଭାରେ ଉଠିଛି । ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ଏହି ପ୍ରସଙ୍ଗ ଆଜି ବିଧାନସଭାରେ ଉଠାଇଛନ୍ତି ।

ସେ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ, 2018 ମସିହା ଠାରୁ ପ୍ରାଥମିକ ଶିକ୍ଷକ ମାନେ ସେମାନଙ୍କର ଗ୍ରେଡ ପେ ବଢାଇବାକୁ ଅପେକ୍ଷା କରିଛନ୍ତି । ସେମାନଙ୍କର ଦାବି ଯୁକ୍ତିଯୁକ୍ତ । ସେମାନେ ଏହି ଦାବି ସହିତ ଅନ୍ୟାନ୍ୟ ଦାବି ନେଇ ବିଧାନସଭା ସମ୍ମୁଖରେ ବିକ୍ଷୋଭ କରୁଛନ୍ତି । ତେଣୁ ତାଙ୍କର ଗ୍ରେଡ ପେ ବୃଦ୍ଧି କରିବା ସହ ଅନ୍ୟାନ୍ୟ ଦାବିକୁ ସରକାର ସ୍ୱୀକାର କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande