ଓଡ଼ିଶା ଅମଲା ସଂଘର ସାମ୍ବାଦିକ ସମ୍ମିଳନୀ
ଜୟପୁର, ୫ ଡିସେମ୍ବର (ହି.ସ.)- ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖାର ସାମ୍ବାଦିକ ସମ୍ମିଳନୀ ଜୟପୁର ଯାଦବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି l ଓଡ଼ିଶା ଅମଲା ସଂଘର ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଶଶୀ ଭୂଷଣ ଦାସ ଉକ୍ତ ସମ୍ମିଳନୀରେ ରାଜସ୍ବ ଅମଲା ସଂଘ କର୍ମକର୍ତ୍ତାଙ୍କ ବିଭ୍ରାନ୍ତିକର ଓ
ଓଡ଼ିଶା ଅମଲା ସଂଘ ର ସାମ୍ବାଦିକ ସମ୍ମିଳନୀ


ଜୟପୁର, ୫ ଡିସେମ୍ବର (ହି.ସ.)- ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖାର ସାମ୍ବାଦିକ ସମ୍ମିଳନୀ ଜୟପୁର ଯାଦବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି l ଓଡ଼ିଶା ଅମଲା ସଂଘର ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଶଶୀ ଭୂଷଣ ଦାସ ଉକ୍ତ ସମ୍ମିଳନୀରେ ରାଜସ୍ବ ଅମଲା ସଂଘ କର୍ମକର୍ତ୍ତାଙ୍କ ବିଭ୍ରାନ୍ତିକର ଓ ମିଥ୍ୟା ମନ୍ତବ୍ୟ ଉପରେ ଷ୍ପଷ୍ଟ କରିଥିଲେ l କିଛି ରାଜସ୍ବ ଅମଲା ନିଜର ସ୍ବାର୍ଥ ସକାଶେ ଓଡ଼ିଶା ଅମଲା ସଂଘକୁ ବଦନାମ କରିବା ପାଇଁ ସେମାନଙ୍କ ଚେଷ୍ଟା ଜାରି ରଖିଛନ୍ତି l ସେମାନେ ଓଡ଼ିଶା ଅମଲା ସଂଘର ସଦସ୍ୟ ବି ନୁହନ୍ତି ବୋଲି ଶ୍ରୀ ଦାଶ୍ ସାମ୍ବାଦିକ ସମ୍ମିଳନୀରେ ଷ୍ପଷ୍ଟ କରିଥିଲେ lସେମାନେ ରାଜସ୍ବ ଅମଲା ସଂଘର ଡାକରାରେ ଆନ୍ଦୋଳନକୁ ଓହ୍ଲାଇଥିଲେ ତା ୧୧.୦୮.୨୦୨୫ ରିଖ ଠାରୁ ତା ୨୫.୦୮.୨୦୨୫ ରିଖ ପର୍ଯ୍ୟନ୍ତ ତାଙ୍କର ଦରମା ବନ୍ଦ ହୋଇରହିଥିବା ବେଳେ ସେମାନେ ନିଜକୁ ଓଡ଼ିଶା ଅମଲା ସଂଘର କର୍ମକର୍ତ୍ତା ବୋଲାଉ ଥିବା ନିଶ୍ଚିତ ଭାବରେ ହାସ୍ୟାସ୍ପଦ ବୋଲି ଶ୍ରୀ ଦାଶ କହିଥିଲେ l ରାଜ୍ୟ ସଂଘର ଯେତେ ଗୁଡ଼ିଏ ବୈଠକ, ସମ୍ମିଳନୀ ହୋଇଛି ଗୋଟିଏ ବି ବୈଠକରେ ଯୋଗଦାନ ନ କରି କିମ୍ବା ଜିଲ୍ଲାର ଗୋଟିଏ ବି ବୈଠକରେ ଯୋଗଦାନ ନକରି ସେମାନେ ଓଡ଼ିଶା ଅମଲା ସଂଘର କର୍ମକର୍ତ୍ତା ବୋଲାଉଛନ୍ତି ବୋଲି ଶ୍ରୀ ଦାଶ ପ୍ରଶ୍ନ କରିଥିଲେ l ଓଡ଼ିଶା ଅମଲା ସଂଘ ର ରାଜ୍ୟ ସାଧାରଣ ସମ୍ପାଦକ ଉକ୍ତ କାର୍ଯ୍ୟକ୍ରମ ବିରୁଦ୍ଧରେ ଦୃଢ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଜିଲ୍ଲାପାଳ କୋରାପୁଟ ଓ ଆରକ୍ଷୀ ଅଧିକ୍ଷକ କୋରାପୁଟଙ୍କୁ ପତ୍ର ଲେଖିଥିବା ଶ୍ରୀ ଦାଶ ଗଣମାଧ୍ୟମକୁ ସୂଚନା ଦେଇଥିଲେ l ବର୍ତ୍ତମାନର ନିର୍ବାଚନ ପ୍ରକ୍ରିୟା ଡିସେମ୍ବର ୧୪ ରେ ଚୂଡାନ୍ତ ହେବ ଓ ଏଥି ନିମନ୍ତେ ରାଜ୍ୟ ସଂଘ ପର୍ଯ୍ୟବେକ୍ଷକ ନିଯୁକ୍ତି କରିଥିବା କଥା ଷ୍ପଷ୍ଟ କରି ଆସନ୍ତା ୧୪ ତାରିଖରେ ଜୟପୁର ଯାଦବ ଭବନ ଠାରେ ନବ ନିର୍ବାଚିତ ସଦସ୍ୟ ରାଜ୍ୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ଶପଥ ପାଠ କରିବେ ବୋଲି ଶ୍ରୀ ଦାଶ୍ ସ୍ପଷ୍ଟ କରିଥିଲେ l ଶପଥ ପାଠ ପରେ ଅତି ଶିଘ୍ର ନୂତନ କମିଟି ଦାୟିତ୍ୱ ଗ୍ରହଣ କରିବ ବୋଲି ଜଣାପଡିଛି l ଉକ୍ତ ସମ୍ମିଳନୀରେ ନିର୍ଦ୍ଵନ୍ଦରେ ବିଜୟ ଘୋଷିତ ହେବାକୁ ଥିବା ସଂଘ ସଭାପତି ଜଗନ୍ନାଥ ମାଝୀ, ସମ୍ପାଦକ ଜଗେନ୍ଦ୍ର ଚୈ।ଧୁରି, କୋଷାଧ୍ୟକ୍ଷ ନାଗେଶ୍ଵର ରାଓ, ପୂର୍ବତନ ସମ୍ପାଦକ ସଞ୍ଜୟ କୁମାର ପଣ୍ଡା, ସଦସ୍ୟ ରଜନି କାନ୍ତ ଘୋଡେ଼ଇ ପ୍ରମୁଖ ଉପସ୍ଥିତ ଥିଲେ l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande