ଆଗାମୀ ଏକବର୍ଷ ମଧ୍ୟରେ ଏକ ଲକ୍ଷ ଲୋକଙ୍କ ସଦସ୍ୟତା ଅଭିଯାନ ଆରମ୍ଭ ହେଉ - ଭକ୍ତ ଦାସ
ଭୁବନେଶ୍ୱର, ୦୫ ଡିସେମ୍ବର (ହି.ସ)- କଂଗ୍ରେସ ଭବନ ସଭାଗୃହରେ ଆୟୋଜିତ ନବ ନିର୍ବାଚିତ ଭୁବନେଶ୍ୱର ଜିଲ୍ଲା ସଭାପତି ପ୍ରକାଶ ଜେନାଙ୍କ ସମ୍ବର୍ଦ୍ଧନା ତଥା ଜିଲ୍ଲା କଂଗ୍ରେସର ନୂତନ ଗୃହ ପ୍ରବେଶ ଉତ୍ସବରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ କଂଗ୍ରେସ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଏବଂ ଭୁବନେଶ୍ୱର
ଆଗାମୀ ଏକବର୍ଷ ମଧ୍ୟରେ ଏକ ଲକ୍ଷ ଲୋକଙ୍କ ସଦସ୍ୟତା ଅଭିଯାନ ଆରମ୍ଭ ହେଉ - ଭକ୍ତ ଦାସ


ଭୁବନେଶ୍ୱର, ୦୫ ଡିସେମ୍ବର (ହି.ସ)- କଂଗ୍ରେସ ଭବନ ସଭାଗୃହରେ ଆୟୋଜିତ ନବ ନିର୍ବାଚିତ ଭୁବନେଶ୍ୱର ଜିଲ୍ଲା ସଭାପତି ପ୍ରକାଶ ଜେନାଙ୍କ ସମ୍ବର୍ଦ୍ଧନା ତଥା ଜିଲ୍ଲା କଂଗ୍ରେସର ନୂତନ ଗୃହ ପ୍ରବେଶ ଉତ୍ସବରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ କଂଗ୍ରେସ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଏବଂ ଭୁବନେଶ୍ୱର ଜିଲ୍ଲାର ବହୁ ଯୁବ କର୍ମକର୍ତ୍ତାଗଣ ଯୋଗ ଦେଇଥିଲେ ।

ଏହି ସମ୍ବର୍ଦ୍ଧନା ସଭାରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କର୍ମକର୍ତାଙ୍କୁ ସମ୍ବୋଧିତ କରି ପିସିସି ସଭାପତି ଦାସ କହିଲେ, ଭୁବନେଶ୍ୱର ଜିଲ୍ଲା ସଭାପତି ପ୍ରକାଶ ଜେନା ମତେ ସବୁବେଳେ ସହଯୋଗ କରି ଆସିଛନ୍ତି ତେଣୁ ମୁଁ କୃତଜ୍ଞ । ରାଜ୍ୟ ରାଜଧାନୀ ଭୁବନେଶ୍ୱର, କଂଗ୍ରେସ ପାଇଁ ଏକ ଆହ୍ୱାନ । ଭୁବନେଶ୍ୱର ଜିଲ୍ଲାର ସମସ୍ତ କଂଗ୍ରେସ କର୍ମକର୍ତ୍ତା ହୃଦୟର ସହିତ ପରିଶ୍ରମ କରି ଶ୍ରୀ ଜେନାଙ୍କ ନେତୃତ୍ୱରେ କଂଗ୍ରେସକୁ ସୁଦୃଢ କରିବା ପାଇଁ କାମ କରନ୍ତୁ । ଆଗାମୀ ଦିନରେ ଜିଲ୍ଲା କଂଗ୍ରେସ ପ୍ରତ୍ୟେକ ୱାର୍ଡରେ ଭୂମିହୀନଙ୍କୁ ଚିହ୍ନଟ କରି ସେମାନଙ୍କ ଜମି ପଟ୍ଟା ପାଇଁ ଚେୟାରମ୍ୟାନଙ୍କ ବିରୋଧରେ ଆନ୍ଦୋଳନ କରିବା ପାଇଁ ପ୍ରସ୍ତୁତ ହୁଅନ୍ତୁ । ପ୍ରତ୍ୟେକ ୱାର୍ଡରେ ଜଣେ ଜଣେ କଂଗ୍ରେସ ନେତାଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇ ସଭ୍ୟ ସଂଗ୍ରହ ପାଇଁ ପଦକ୍ଷେପ ଗ୍ରହଣ କରାଯାଉ । ଆଗାମୀ ଏକ ବର୍ଷ ମଧ୍ୟରେ ଏକ ଲକ୍ଷ ସଭ୍ୟ କଂଗ୍ରେସ ସଦସ୍ୟତା ଗ୍ରହଣ କରାଯିବା ଲକ୍ଷ୍ୟ ସହିତ କାମ କରାଯାଉ । ଏକ ଲକ୍ଷ ଜନତା କଂଗ୍ରେସ ସାଥିରେ ଆସିଲେ ଦଳ ନିଶ୍ଚୟ ଭୁବନେଶ୍ୱରରେ ଶକ୍ତିଶାଳୀ ହେବ । ଭୁବନେଶ୍ୱର ଜିଲ୍ଲାରେ ଦଳକୁ ଶକ୍ତିଶାଳୀ କରିବା ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରାଯିବ।ଶ୍ରୀ ଜେନାଙ୍କ ନେତୃତ୍ୱରେ ଭୁବନେଶ୍ୱର କଂଗ୍ରେସ ଆଗାମୀ ଦିନରେ ଶକ୍ତିଶାଳୀ ହେବ ବୋଲି ଆଶା ପୋଷଣ କରୁଛୁ ଏବଂ ଏହି ଅଭିଯାନରେ ସଭାପତି ଶ୍ରୀ ଜେନାଙ୍କୁ ସମସ୍ତ ୱାର୍ଡ କର୍ମକର୍ତ୍ତା ସହଯୋଗ କରନ୍ତୁ ବୋଲି ଶ୍ରୀ ଦାସ ଅନୁରୋଧ କରିଥିଲେ।

ପୂର୍ବତନ ବିଧାୟକ ସୁରେଶ ରାଉତରାୟଙ୍କ ଅଧ୍ୟକ୍ଷତାରେ ଏହି ସମ୍ବର୍ଦ୍ଧନା ଓ ଗୃହ ପ୍ରବେଶ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ଲୋକସଭା ସଦସ୍ୟ ଅନନ୍ତ ଚରଣ ସେଠୀ, ପୂର୍ବତନ ମନ୍ତ୍ରୀ ଶରତ ରାଉତ, ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ, ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାଶ, କଂଗ୍ରେସ ନେତା ପୃଥ୍ୱୀବଲ୍ଲଭ ପଟ୍ଟନାୟକଙ୍କ ସମେତ ଅନେକ ବରିଷ୍ଠ କଂଗ୍ରେସ କର୍ମକର୍ତା ଓ ବହୁ ସଂଖ୍ୟାରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କର୍ମୀ ଯୋଗ ଦେଇଦେଇଥିଲେ ।

ସଭା ପ୍ରାରମ୍ଭରେ ନବ ନିଯୁକ୍ତ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ଜେନା, ସୁରେଶ କୁମାର ରାଉତରାୟ, ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି ପ୍ରମୁଖ ଇନ୍ଦିରା ଗାନ୍ଧୀ ପାର୍କରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ପରେ ଏକ ଶୋଭାଯାତ୍ରାରେ କଂଗ୍ରେସ ଭବନ ଆସି ସେଠାରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande