

ସମ୍ବଲପୁର, ୦୫, ଡିସେମ୍ବର (ହି.ସ.) ଆଜି ସମ୍ବଲପୁର ର ଟକୱା ଗ୍ରାମରେ ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ଅନ୍ତର୍ଗତ ଉଲ୍ଲା ମଡେଲ ଘରେ ସୋଲାର ରୁଫଟପ୍ ପ୍ଯାନେଲ ସ୍ଥାପନ କରାଯାଇଛି। ଏହି ପ୍ରକଳ୍ପର ଉଦ୍ଘାଟନ ଅବସରରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୂ, ସମ୍ବଲପୁର, ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ରେହାନ କ୍ଷତ୍ରି, ମୁଖ୍ୟ ଜିଲ୍ଲା ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ପ୍ରସନ୍ନ କୁମାର ପାତ୍ର, ଟିପିଡବ୍ଲୁଓଡିଏଲ୍ ର ମୁଖ୍ୟ, ଟାଟା ପାୱାର ପଶ୍ଚିମାଞ୍ଚଳ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡର ଅନ୍ୟ କର୍ମଚାରୀ ଓ କାର୍ଯ୍ୟନିର୍ବାହୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଅନୁଯାୟୀ ପିଏମ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ୧ କିଲୋୱାଟ ବିଜୁଳି ଉତ୍ପାଦନ ପାଇଁ ଗ୍ରାହକ ଙ୍କୁ ୮୮,୪୭୧ ଟଙ୍କା ଜମା କରିବାକୁ ପଡିବ, ବଳକା ରାଶି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦ୍ଵାରା ବହନ କରାଯିବ। ଗ୍ରାହକ ମାସକୁ ୧୦୦ ୟୁନିଟରୁ ବିଜୁଳି ମାଗଣାରେ ପାଇ ପାରିବେ, ଏହାବ୍ୟତୀତ ଡିସକମ୍ ଦ୍ଵାରା ୫ ବର୍ଷ ପର୍ଯ୍ୟନ୍ତ ପ୍ଯାନେଲ ର ରକ୍ଷଣାବେକ୍ଷଣା ଖର୍ଚ ବହନ କରାଯିବା। ଡିସକମ୍ ୨୫ ପର୍ଯ୍ୟନ୍ତ ସୋଲାର ପ୍ଯାନେଲ ର ଗ୍ୟାରେଣ୍ଟି ପ୍ରାଦାନ କରିବ। ଶେଷରେ ଉପଭୋକ୍ତା ସରୋଜିନୀ ଆଚାର୍ଯ୍ୟଙ୍କ ଘରକୁ ଜିଲ୍ଲାପାଳ ଶ୍ରୀ ବୋନ୍ଦର ପରିଦର୍ଶନ କରିବାକୁ ଯାଇଥିଲେ। ଓଡ଼ିଶାରେ ଏକ ସୌର ବିପ୍ଳବର କ୍ରମଶଃ ସଫଳ ରୂପାୟନ ହେଉଛି, ଯାହା ଘରକୁ ଆଲୋକିତ କରିବା ସହ ଲୋକଙ୍କ ଅର୍ଥ ସଞ୍ଚୟରେ ସହାୟକ ହେଉଅଛି। ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାର ସଫଳ କାର୍ଯ୍ୟନ୍ଵୟନ ସହ ଉପଭୋକ୍ତାଙ୍କ ଘର ଛାତରେ ସୋଲାର ପ୍ୟାନେଲ ସ୍ଥାପନ କରି ବିଜୁଳି ସେବା ଯୋଗାଇବ, ଯାହା ଫଳରେ ଲୋକଙ୍କ ବିଜୁଳି ବିଲ୍ ହ୍ରାସ ହୋଇପାଇବ। ଏଥି ପାଇଁ ଟାଟା ପାୱାର ପଶ୍ଚିମାଞ୍ଚଳ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ ପୂର୍ଣ୍ଣ ସହାୟତା ଯୋଗାଉଛି। ଏହି ରୂପାନ୍ତରଣ ଆଣିବାରେ ପ୍ରମୁଖ ଭୂମିକା ରହିଛି। ତୃଣମୂଳ ସ୍ତରରେ ସଚେତନତା, ବୈଷୟିକ ସହାୟତା ଏବଂ ଯୋଜନାର ସଠିକ୍ କାର୍ଯ୍ୟକାରିତା ମାଧ୍ୟମରେ କମ୍ପାନୀ ସ୍ଥାନୀୟ ଅଞ୍ଚଳରେ ସ୍ୱଚ୍ଛ ଶକ୍ତିର ବ୍ୟବହାରକୁ ପ୍ରୋତ୍ସାହନ ଦେଉଅଛି। ଗ୍ରାମାଞ୍ଚଳରେ ସଚେତନତା ଅଭିଯାନରୁ ଆରମ୍ଭ କରି ଆବେଦନ ଏବଂ ସୋଲାର ପ୍ଲାଣ୍ଟ ସଂସ୍ଥାପନ ପ୍ରକ୍ରିୟା ଯାଏଁ, ବିଭିନ୍ନ ପର୍ଯ୍ୟାୟରେ ଟିପିଏସଓଡିଏଲ୍ ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରୁଛି। କମ୍ପାନୀର ଏହି ଆଭିମୁଖ୍ୟ ଦକ୍ଷିଣ ଓଡ଼ିଶାରେ କୋଣ ଅନୁକୋଣରେ ସୌର ଶକ୍ତି ପହଞ୍ଚିବାକୁ ସୁନିଶ୍ଚିତ କରିଛି। କମ ବିଜୁଳି ବ୍ୟବହାର କରୁଥିବା ଘରଗୁଡିକ ପାଇଁ ପିଏମ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଅଧିକ ଲାଭଦାୟକ ଅଟେ। ଗୋଟିଏ ୩ କିଲୋୱାଟ ରୁଫଟପ୍ ସୋଲାର ସିଷ୍ଟମ ମାସିକ ପ୍ରାୟ ୩୦୦ ୟୁନିଟ ବିଜୁଳି ଉତ୍ପାଦନ କରେ, ଯାହା ଘରେ ଲାଗିଥିବା ଫ୍ୟାନ, ଲାଇଟ୍, ଟିଭି, ଫ୍ରିଜ ଏବଂ ଅନ୍ୟାନ୍ୟ ଘରୋଇ ଉପକରଣକୁ ଚଳାଇବା ପାଇଁ ଯଥେଷ୍ଟ। ଯାହାଫଳରେ ଲୋକଙ୍କ ବିଦ୍ୟୁତ ବିଲ୍ ଶୂନ ହେବା ସହ ସେମାନଙ୍କ ମାସିକ ଖର୍ଚ୍ଚ ମଧ୍ୟ ହ୍ରାସ ପାଉଛି।ଅର୍ଥ ସଞ୍ଚୟ ସହ ରୁଫଟପ୍ ସୋଲାରର ଆହୁରି ଅନେକ ଫାଇଦା ରହିଛି। ସର୍ବନିମ୍ନ ରକ୍ଷଣାବେକ୍ଷଣ, ଦୀର୍ଘସ୍ଥାୟୀ ବିଜୁଳି ବ୍ୟବସ୍ଥା ଏବଂ କାର୍ବନ ଫୁଟପ୍ରିଣ୍ଟ ଯୋଗୁଁ ସୌର ଶକ୍ତିର ଚାହିଦା ବୃଦ୍ଧି ପାଉଛି। ଏହାବ୍ୟତୀତ ଏହି ଯୋଜନାରେ ହିତାଧିକାରୀ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କଠାରୁ ସବସିଡି ପାଇପାରିବେ, ଯାହା ଦ୍ଵାରା ଉପଭୋକ୍ତା ସୁଲଭ ମୂଲ୍ୟରେ ସୌର ଶକ୍ତିର ଲାଭ ନେଇପାରିବେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ