
ସମ୍ବଲପୁର, ୦୫, ଡିସେମ୍ବର (ହି.ସ.) ସମ୍ବଲପୁର ସହରର ଝାଡୁଆପଡା ନିବାସୀ ଶୁଭ୍ରାଂଶୁ ଶେଖର ପୂଜାରୀଙ୍କ ମୁଖକର୍କଟ ରୋଗରେ ଚିକିତ୍ସାଧୀନ ଅବସ୍ଥାରେ ବିୟୋଗ ଘଟି ଯାଇଛି। ସ୍ବର୍ଗତ ପୂଜାରୀ ହେଉଛନ୍ତି ସ୍ବର୍ଗତ ତାରିଣୀ ପୂଜାରୀଙ୍କ କନିଷ୍ଠ ପୁତ୍ର ଏବଂ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଇଂ ରୋହିତ ପୂଜାରୀଙ୍କ ବଡ଼ ବାପାଙ୍କ ସୁପୁତ୍ର। ସ୍ବର୍ଗତ ପୂଜାରୀଙ୍କ ବିୟୋଗରେ ତାଙ୍କ ପଛରେ ସେ ତାଙ୍କ ଧର୍ମପତ୍ନୀ ସୁଷମା ପୂଜାରୀ, ଦୁଇ ପୁଅ ଇଂ ସୌରଭ ପୂଜାରୀ ଏବଂ ସ୍ଵସ୍ତିକ ପୂଜାରୀ, ଉଭୟ ପୁତ୍ର ବର୍ତ୍ତମାନ କମ୍ପାନୀରେ କାର୍ଯ୍ୟରତ, ଭାଇ ଅମିୟ ରଞ୍ଜନ ପୂଜାରୀ ବର୍ତ୍ତମାନ ବେଲପାହାଡ଼ ସ୍ଥିତ ଟି ଆର୍ ଏଲ ରିଫେକ୍ଟ୍ରି ର ଉପ ସଭାପତି ଅଛନ୍ତି ଏବଂ ଅନ୍ୟ ଏକ ଭାଇ ଭାସ୍କର ପୂଜାରୀଙ୍କୁ ଛାଡି ଯାଇଛନ୍ତି। ତାଙ୍କ ବିୟୋଗରେ ଝାଡୁଆପଡା ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି। ଆଜି ସମ୍ବଲପୁର ରାଜଘାଟ ଠାରେ ତାଙ୍କର ଅନ୍ତେଷ୍ଟି କ୍ରିୟା କରାଯାଇଛି। ଅନ୍ତେଷ୍ଟି କ୍ରିୟାରେ ତାଙ୍କର ପରିବାର ଜନ, ଇଂ ରୋହିତ ପୂଜାରୀ, ବିଜୁ ଜନତା ଦଳର ବରିଷ୍ଠ ନେତା ବସନ୍ତ ମିଶ୍ର, ସୁରୁବାବୁ ମେହେର, ବେଣୁଧର ଦାସ, ରାଜେଶ ମିଶ୍ର, ଦେବାଶିଷ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଆନନ୍ଦ ବଡଗୟାନ୍, ଧର୍ମରାଜ୍ ମରେଇ, ସଞ୍ଜୀବ ଷଡ଼ଙ୍ଗୀ, ପ୍ରଦୋଷ ମହାନ୍ତି, ସତ୍ୟେନ୍ଦ୍ର ଦାସ, କିଶୋର କୁମାର ପଣ୍ଡା, ହିମାଂଶୁ ପ୍ରଧାନ, ଉଷା ପ୍ରଧାନ, ସିପ୍ରା ମହାନ୍ତି, ସଂଯୁକ୍ତା ମେହେର, ନନ୍ଦିନୀ ପ୍ରଧାନ, ସଂଗୀତା ସ୍ୱାଇଁ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ