ଗଞ୍ଜେଇ ଚାଲାଣ ବେଳେ ଚଢଉ, ଜଣେ ଗିରଫ
ଜୟପୁର, ୫ ଡିସେମ୍ବର (ହି.ସ.)- ଗଞ୍ଜେଇ ଚାଲାଣ ବେଳେ ଜୟପୁର ଅବକାରି ଥାନା ପକ୍ଷରୁ ଆଜି ଚଢଉ କରି ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଆସାମ ରାଜ୍ୟର ନାଜରୁଲ ଇସଲାମ (୨୬) । ସୂଚନା ଅନୁଯାୟୀ, ଟ୍ରେନରେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇ ଜୟପୁର ଅବ
ଗଞ୍ଜେଇ ଚାଲାଣ ବେଳେ ଚଢାଉ, ଜଣେ ଗିରଫ


ଜୟପୁର, ୫ ଡିସେମ୍ବର (ହି.ସ.)- ଗଞ୍ଜେଇ ଚାଲାଣ ବେଳେ ଜୟପୁର ଅବକାରି ଥାନା ପକ୍ଷରୁ ଆଜି ଚଢଉ କରି ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଆସାମ ରାଜ୍ୟର ନାଜରୁଲ ଇସଲାମ (୨୬) । ସୂଚନା ଅନୁଯାୟୀ, ଟ୍ରେନରେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇ ଜୟପୁର ଅବକାରି ଥାନା ଆଜି ଜୟପୁର ରେଳ ଷ୍ଟେସନ ସମ୍ମୁଖରେ ଚଢଉ କରିଛି । ଚଢଉ କରି ଆସାମ ରାଜ୍ୟର ନାଜରୁଲ ଇସଲାମ ଠାରୁ ୨୧ କେଜି ଗଞ୍ଜେଇ ଜବତ କରିଛି। ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟଚାଲାଣ କରାଯାଇଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande