ଅଧିକ୍ଷଣ ଯନ୍ତ୍ରୀ ଅନୁପସ୍ଥିତ ଥିବାରୁ ଠିକାଦାର ସଂଘ ପକ୍ଷରୁ ଅଫିସ ସମ୍ମୁଖରେ ନାରାବାଜି
ନୂଆପଡା, ୫ ଡିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଗ୍ରାମ୍ୟ ଉନ୍ନୟନ ବିଭାଗରେ ଅଧିକ୍ଷଣ ଯନ୍ତ୍ରୀ ନଥିବାରୁ ଅନେକ ପ୍ରକାର ଅସୁବିଧା ହେଉଛି। ଏନେଇ ଆଜି ଖଡ଼ିଆଳ ଠିକାଦାର ସଂଘ ତରଫରୁ କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜି କରାଯାଇଥିଲା। ଅଧିକ୍ଷଣ ଯନ୍ତ୍ରୀ ନଥିବାରୁ ବିଭିନ୍ନ ବିଭାଗୀୟ କାର୍ଯ୍ୟରେ
Rd office gheraau


ନୂଆପଡା, ୫ ଡିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଗ୍ରାମ୍ୟ ଉନ୍ନୟନ ବିଭାଗରେ ଅଧିକ୍ଷଣ ଯନ୍ତ୍ରୀ ନଥିବାରୁ ଅନେକ ପ୍ରକାର ଅସୁବିଧା ହେଉଛି। ଏନେଇ ଆଜି ଖଡ଼ିଆଳ ଠିକାଦାର ସଂଘ ତରଫରୁ କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜି କରାଯାଇଥିଲା। ଅଧିକ୍ଷଣ ଯନ୍ତ୍ରୀ ନଥିବାରୁ ବିଭିନ୍ନ ବିଭାଗୀୟ କାର୍ଯ୍ୟରେ ସମସ୍ୟା ସୃଷ୍ଟି ହେଉଥିବା ସେମାନେ ଅଭିଯୋଗ କରିଛନ୍ତି। ଏପରିକି କାର୍ଯ୍ୟ ସମାପ୍ତି ପରେ ବିଲ ହେବାରେ ଅହେତୁକ ବିଳମ୍ବ ହେଉଛି। ଏବେ ପ୍ରତ୍ୟେକ କାମର ଟେଣ୍ଡର ଲଟେରୀ ମାଧ୍ୟମରେ ହେଉଥିବା ବେଳେ ଅଧିକ୍ଷଣ ଯନ୍ତ୍ରୀ ଉପସ୍ଥିତ ରହିବା ନିହାତି ଜରୁରୀ, କିନ୍ତୁ ତାଙ୍କ ଅନୁପସ୍ଥିତିରେ ଏସବୁ କରା ହେଉଛି। ଖାଲି ଅଧିକ୍ଷଣ ଯନ୍ତ୍ରୀ ନୁହନ୍ତି ଏସଡିଓ ପଦ ସବୁ ମଧ୍ୟ ଖାଲି ପଡ଼ିଛି। ଏନେଇ ଖଡ଼ିଆଳ, ବୋଡ଼େନ ଓ ସିନାପାଲି ଠିକାଦାର ମିଶି ବିଭାଗୀୟ ମନ୍ତ୍ରୀ ରବି ନାଏକଙ୍କୁ ଲିଖିତ ଭାବରେ ଜଣାଇଥିଲେ କିନ୍ତୁ ଏପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇ ପାରିନି। ବର୍ତ୍ତମାନ ଭବାନୀପାଟଣା ଆରଡିର ଅଧିକ୍ଷଣ ଯନ୍ତ୍ରୀ ଦାୟିତ୍ୱରେ ଥିବା ବେଳେ ସେ ଖଡ଼ିଆଳ ଆଦୌ ଆସୁନାହାନ୍ତି। ଅତିଶୀଘ୍ର ଅଧିକ୍ଷଣ ଯନ୍ତ୍ରୀ ଓ ଏସଡିଓ ନିଯୁକ୍ତି କରା ନଗଲେ ଆନ୍ଦୋଳନ କରାଯିବ ବୋଲି ଖଡ଼ିଆଳ ଠିକାଦାର ସଂଘ ଚେତାବନୀ ଦେଇଛି।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande