ସମ୍ବଲପୁରରୁ ରାମେଶ୍ଵରମ-ମଦୁରାଇ ଅଭିମୁଖେ ଅଷ୍ଟମ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଟ୍ରେନ୍‌ର ଶୁଭାରମ୍ଭ
ସମ୍ବଲପୁରରୁ ରାମେଶ୍ଵରମ-ମଦୁରାଇ ଅଭିମୁଖେ ଅଷ୍ଟମ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଟ୍ରେନ୍‌ର ଶୁଭାରମ୍ଭ
ସମ୍ବଲପୁରରୁ ରାମେଶ୍ଵରମ-ମଦୁରାଇ ଅଭିମୁଖେ ଅଷ୍ଟମ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଟ୍ରେନ୍‌ର ଶୁଭାରମ୍ଭ


ସମ୍ବଲପୁର, ୫ ଡିସେମ୍ବର (ହି.ସ.)- ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ବସବାସ କରୁଥିବା ବରିଷ୍ଠ ନାଗରିକମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନର ଭ୍ରମଣ ସୁବିଧା ନିମନ୍ତେ ଓଡିଶା ସରକାର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୧୬ ମସିହା ଫେବୃଆରୀ ୧ ତାରିଖରୁ ଶୁଭାରମ୍ଭ ହୋଇଯାଇଛି। ଏହି କ୍ରମରେ ଆଜି ଦିନ ୧୧ ଟା ବେଳେ ସମ୍ବଲପୁର ରେଳ ଷ୍ଟେସନରୁ ରାମେଶ୍ବର ଅଭିମୁଖେ ତୀର୍ଥଯାତ୍ରୀ ଟ୍ରେନର ଶୁଭାରମ୍ଭ ହୋଇଯାଇଛି ।

ସୂଚନାଯୋଗ୍ୟ, ରାଜ୍ଯ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଇଣ୍ଡିଆନ ରେଲୱେ କ୍ୟାଟରିଙ୍ଗ ଏବଂ ଟୁରିଜିମ କର୍ପୋରେସନର ସହ‌ଯୋଗୀତାରେ ଏହା କାର୍ଯ୍ୟକାରୀ ହେଉଛି । ଯୋଜନାର ସମ୍ପୁର୍ଣ୍ଣ ବିବରଣୀ ପର୍ଯ୍ୟଟନ ବିଭାଗ ୱେବସାଇଟ dot.odisha.gov.in ରେ ଉପଲବ୍ଧ । ଯୋଗ୍ୟ ବିବେଚିତ ବରିଷ୍ଠ ନାଗରିକମାନେ ସେମାନଙ୍କର ସମଗ୍ର ଜୀବନକାଳ ମଧ୍ୟରେ ଗୋଟିଏ ଥର ପାଇଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଯାତ୍ରା କରିବାର ନିଶ୍ଚିତ ସୁଯୋଗ ପାଇବେ । ଏହି ଯୋଜନାରେ ୬୦ ରୁ ୭୫ ବର୍ଷ ବୟସ୍କ ନାଗରିକ ମାନଙ୍କୁ ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଚୟନ କରାଯାଇଥାଏ । ହିତାଧିକାରୀ ଚୟନ ନିମନ୍ତେ ଅନ୍ତୋଦୟ / ଅନ୍ନପୂର୍ଣ୍ଣା କାର୍ଡ/ ବିଧବା ଭତ୍ତା କାର୍ଡ/ ଖାଦ୍ୟସୁରକ୍ଷା ରେସନ କାର୍ଡ/ ମନରେଗା କାର୍ଡ ଇତ୍ୟାଦି ମଧ୍ଯରୁ ଯେକୌଣସି ଗୋଟିଏ ଆର୍ଥିକ ଅନଗ୍ରସରତାର ପ୍ରମାଣ ପତ୍ର ଭାବରେ ଦରଖାସ୍ତ ସହ ଦାଖଲ କରିବାକୁ ପଡିଥାଏ । ବରିଷ୍ଠ ନାଗରିକ ଦମ୍ପତ୍ତିଙ୍କ କ୍ଷେତ୍ରରେ ଜଣେ ୬୦ ରୁ ଉର୍ଦ୍ଧ୍ୱ ବୟସ୍କ ହେବା ଆବଶ୍ୟକ । ୭୦ରୁ ୭୫ ବର୍ଷ ବୟସର ବରିଷ୍ଠ ନାଗରିକମାନେ ଯାତ୍ରା ସମୟରେ ନିଜ ସାଙ୍ଗରେ ୧୮ ବର୍ଷରୁ ଉର୍ଦ୍ଧ୍ବ ଜଣଙ୍କୁ ସହାୟକ ଭାବରେ ମଧ୍ୟ ନେଇପାରିବେ । ଏହି ଯୋଜନା ମାଧ୍ୟମରେ ବିଭିନ୍ନ ଜିଲ୍ଲାରୁ ଅଦ୍ୟାବଧି ୪୨ ହଜାର ୩୫୫ରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ୪୬ଟି ପର୍ଯ୍ୟାୟରେ ମଦୁରାଇ, ରାମେଶ୍ୱରମ, ପ୍ରୟାଗରାଜ, ବାରଣାସୀ, ହରିଦ୍ଵାର, ଋଷିକେଶ, ଆଜମେର, ପୁଷ୍କର, ତିରୁପତି ବାଲାଜୀ, ଭେଲୋର, ଶ୍ରୀକଳାହସ୍ତି, ଶିରିଡି, ନାସିକ, ତ୍ରୟୋମ୍ବକେଶ୍ବର, ଭେଲନକାନୀ, ନାଗାପଟିନମ, ତାଞ୍ଜାବୁର, ଦକ୍ଷିଣେଶ୍ବର କାଳୀ (କୋଲକାତା), କାମାକ୍ଷା, ଆଗ୍ରା, ମଥୁରା, ବୃନ୍ଦାବନ ଇତ୍ୟାଦି ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପାଇ ସାରିଛନ୍ତି l ଚଳିତ ବର୍ଷ ୮ ହଜାର ଜଣ ବରିଷ୍ଠ ନାଗରିକ ୧୦ଟି ପର୍ଯ୍ୟାୟରେ ଅଯୋଦ୍ଧା, ବାରଣାସୀ, ଉଜ୍ଜୟିନୀ, ଓଁକାରେଶ୍ୱର୍ , ରାମେଶ୍ୱରମ୍ ଓ ମଦୁରାଇ ଆଦି ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପାଇବେ ।

ତୀର୍ଥଯାତ୍ରୀ ଚୟନ କ୍ଷେତ୍ରରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଜିଲ୍ଲା ପାଇଁ ନିର୍ଦ୍ଦିଷ୍ଟ କୋଟା ଅନୁଯାୟୀ ତୀର୍ଥଯାତ୍ରୀ ଚୟନ କରିଥାନ୍ତି । ଅଧିକ ଆବେଦନକାରୀମାନଙ୍କ କ୍ଷେତ୍ରରେ ଲଟେରୀ ମାଧ୍ଯମରେ ତୀର୍ଥଯାତ୍ରୀ ଚୟନ କରାଯାଇଥାଏ l

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande