
କେନ୍ଦ୍ରାପଡା, ୫ ଡିସେମ୍ବର (ହି.ସ.)- ଗାଳ୍ପିକ ମାତୃଦତ୍ତ ମହାନ୍ତିଙ୍କ ଗଳ୍ପସଂକଳନ ମୂକସଖୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ଉନ୍ମୋଚିତ ହୋଇଯାଇଛି। ଅବସରପ୍ରାପ୍ତ ଶିକ୍ଷକ ଗୁରୁ କାଙ୍ଗାଳି ଚରଣ ବାରିକ ଓ ପୂର୍ବତନ ସୈନିକ ବ୍ରଜ କିଶୋର ସାହୁ ଅତିଥି ଭାବେ ଯୋଗଦେଇ ଗଳ୍ପସଂକଳନର ଲୋକାର୍ପଣ କରିଥିଲେ। ବିଲୁପ୍ତ ପ୍ରାୟ କେନ୍ଦ୍ରାପଡା ଜିଲାର ସଖୀ କଣ୍ଢେଇ ପରମ୍ପରା ଓ ଏଥିପ୍ରତି ବିମୁଖ ଯୁବପିଢ଼ିଙ୍କ ବିଚାରଧାରାକୁ ନେଇ ମୂକସଖୀ ଗଳ୍ପ ରଚନା କରାଯାଇଛି।
ପୁସ୍ତକ ଲୋକାର୍ପଣ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାଜେନ୍ଦ୍ର ମହାପାତ୍ର, ସୁଶାନ୍ତ ନାୟକ, ବିରେନ୍ଦ୍ର ଦାସ, ରଶ୍ମି ରଞ୍ଜନ ସ୍ଵାଇଁ, ମଳୟ ସାହୁ, ଜ୍ଞାନ ରଞ୍ଜନ ଦାସ, ଗୌତମ କୁମାର ସାହୁ, ପଙ୍କଜ ସିହ୍ନା ପ୍ରମୁଖ ଯୋଗ ଦେଇଥିଲେ। ପୂର୍ବରୁ ଗାଳ୍ପିକ ମାତୃଦତ୍ତ ମହାନ୍ତିଙ୍କର ୪ ଗୋଟି ଗଳ୍ପ୍ ସଂକଳନ ପ୍ରକାଶିତ ହୋଇଛି।
ହିନ୍ଦୁସ୍ଥାନ ସମାଚାର / ରବି