



ସୁବର୍ଣ୍ଣପୁର, ୫ ଡିସେମ୍ବର (ହି.ସ.)-
ସୁବର୍ଣ୍ଣପୁର ଜିଲ୍ଲା ନୋଡାଲ ସଚିବ ତଥା ପରିଚାଳନା ନିର୍ଦ୍ଦେଶକ, ଓଡ଼ିଶା ରାଜ୍ୟ ବେସାମରିକ ଯୋଗାଣ ନିଗମ କେ.ସୁଦର୍ଶନ ଚକ୍ରବର୍ତ୍ତୀ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରି ଆଜି ପୂର୍ବାହ୍ନ ୧୦ଟା ସମୟରେ ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ମିନି ସମ୍ମିଳନୀ କକ୍ଷରେ ନୋଡାଲ ସଚିବଙ୍କ ଦ୍ଵାରା ସୁବର୍ଣ୍ଣପୁର ଜିଲ୍ଲାର ଖରିଫ ଧାନ କ୍ରୟ ସମ୍ବନ୍ଧୀୟ ପ୍ରସ୍ତୁତି ସହିତ ସମସ୍ତ ମଣ୍ଡି ଓ ପ୍ରାଥମିକ କୃଷି ସେବା ସମବାୟ ସମିତି ମାନଙ୍କରେ ଆନୁଷଙ୍ଗିକ ସରକାରୀ ସୁବିଧା ସୁନିଶ୍ଚିତ କରିବା ପାଇଁ ସମୀକ୍ଷା କରାଯାଇଥିଲା।
ଏହି ସମୀକ୍ଷା ବୈଠକରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡଃ. ନୃପରାଜ ସାହୁ, ମୁଖ୍ୟ ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ, ଅତିରିକ୍ତ ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ, ଜିଲ୍ଲା ସମବାୟ ସମିତି ନିବନ୍ଧକ, ଉପ ନିବନ୍ଧକ ସମବାୟ ସମିତି, ସୋନପୁର, ସମ୍ପାଦକ, ନିୟନ୍ତ୍ରିତ ବଜାର କମିଟି, ଡୁଙ୍ଗୁରିପାଲି ଓ ସୋନପୁରଙ୍କ ସମେତ ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତିରେ କାର୍ଯ୍ୟରତ ଯୋଗାଣ ନିରିକ୍ଷକମାନେ ଯୋଗଦାନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ