ଗୋରୁ ବୋଝେଇ ଟ୍ରକ ଜବତ
ଜୟପୁର, ୫ ଡିସେମ୍ବର (ହି.ସ.)- ଜୟପୁର ଠାରୁ ହାଇଦ୍ରାବାଦ ଅଭିନବ ଉପାୟରେ ଗୋ ଚାଲାଣ କରାଯାଉଥିବା ବେଳେ ଟାଉନ ପୁଲିସ ଗାଡି ସହ ୩୨ଟି ଗାଈ ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ମଧ୍ୟରାତ୍ରୀରେ କିଛି ଯୁବକ ଓ ଟାଉନ ପୁଲିସ କର୍ମଚାରୀ ଏକ ଆଇଚର ଗାଡି ନମ୍ବର (ଟିଏସ୦୫ୟୁଏଫ୨୬୯୮)କୁ ପୁରୁଣା
୩୨ ଗୋରୁ ସମେତ ଗୋବୋଝେଇ ଟ୍ରକ ଜବତ


ଜୟପୁର, ୫ ଡିସେମ୍ବର (ହି.ସ.)- ଜୟପୁର ଠାରୁ ହାଇଦ୍ରାବାଦ ଅଭିନବ ଉପାୟରେ ଗୋ ଚାଲାଣ କରାଯାଉଥିବା ବେଳେ ଟାଉନ ପୁଲିସ ଗାଡି ସହ ୩୨ଟି ଗାଈ ଜବତ କରିଛି।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ମଧ୍ୟରାତ୍ରୀରେ କିଛି ଯୁବକ ଓ ଟାଉନ ପୁଲିସ କର୍ମଚାରୀ ଏକ ଆଇଚର ଗାଡି ନମ୍ବର (ଟିଏସ୦୫ୟୁଏଫ୨୬୯୮)କୁ ପୁରୁଣାଗଡ ଛକ ନିକଟରେ ଅଟକାଇଥିଲେ। ଗାଡି ଅଟକାଇବା ପରେ ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର ଚମ୍ପଟ ମାରି ଚାଲିଯାଇଥିଲେ। ସ୍ଥାନୀୟ ଯୁବକ ଓ ପୁଲିସ ଗାଡି ଯାଞ୍ଚ କରିବା ସମୟରେ ଗାଡିରୁ ୩୨ଟି ଗାଈ ସମେତ ପରିବା ଟ୍ରେ ଗୁଡିକ ଉଦ୍ଧାର କରିଥିଲେ। ଉଦ୍ଧାର ଗାଈ ଗୁଡିକୁ ପୌର ଗୋଶାଳାରେ ରଖାଯାଇଥିଲା।

ଗଞ୍ଜେଇ ଚୋରା ଚାଲାଣ କରିବା ପାଇଁ ଚୋରମାନେ ବିଭିନ୍ନ ତରିକା ଆପଣାଉଥିବା ବେଳେ ବର୍ତ୍ତମାନ ଗୋ ଚାଲାଣ କରିବା ପାଇଁ ମଧ୍ୟ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି। ଗତକାଲି ଧରାପଡିଥିବା ଗାଡିର ଉପରି ଭାଗରେ ପରିବା ଟ୍ରେ ରହିଥିବା ବେଳେ ଭିତରେ ଗାଇ ଗୁଡିକୁ ବାନ୍ଧି ରଖାଯାଇଥିଲା। ପ୍ରତିଦିନ ଜୟପୁର ସହରରୁ ଏବ˚ ଜୟପୁର ସହର ଦେଇ ଗୋଚାଲାଣ ଚାଲୁଥିବା ଯୋଗୁଁ ପୁଲିସ ସଜାଗ ହୋଇ ଗୋଚାଲାଣ ରୋକିବା ପାଇଁ ସାଧାରଣରେ ଦାବି ହେଉଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande