
ଚମ୍ପୁଆ, ୫ ଡିସେମ୍ବର (ହି.ସ.)- ଚମ୍ପୁଆ ଉପଖଣ୍ଡସ୍ଥ ବଡବିଲ ରେଞ୍ଜ ବିଲେଇପଦା ସେକ୍ସନ ଅନ୍ତର୍ଗତ ଠାକୁରାଣୀ ସଂରକ୍ଷିତ ଜଙ୍ଗଲରୁ ଚୋରା ଲୁହା ପଥର ବୋଝେଇ କରୁଥିବା ସମୟରେ ବନବିଭାଗ ପକ୍ଷରୁ ଅତର୍କିତ ଚଢଉ କରି ଲୁହା ପଥର ସହିତ ଏକ ଟ୍ରକକୁ ଜବତ କରାଯାଇଛି l
ଆଜି ବିଲେଇପଦା ସେକ୍ସନ ଠାକୁରାଣୀ ସଂରକ୍ଷିତ ଜଂଗଲରୁ ଲୁହାପଥର ଚୋରା ଚାଲାଣ ପାଇଁ ଯୋଜନା ସଂପର୍କରେ ଖବର ପାଇ ବାଲିବନ୍ଧ ବନପାଳ ସଦଳବଳେ ଘଟଣାସ୍ଥଳରେ ଚଢଉ କରିଥିଲେ। ସୁଯୋଗ ଦେଖି ଲୁହାପଥର ଲୋଡ କରୁଥିବା ବ୍ୟକ୍ତି ମାନେ ଘଟଣାସ୍ଥଳରୁ ଫେରାର ହେଇଯାଇଥିବା ବେଳେ ବନ ବିଭାଗ ଲୁହାପଥର ସହ ଟ୍ରକକୁ ଜବତ କରିଛି ଏବଂ ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଧରିବାକୁ ତନାଘନା ଆରମ୍ଭ କରିଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta