ବାଇକ୍ କୁ ଧକ୍କା ଦେଲା ବାଇକ୍, ୫ ଗୁରୁତର
କେନ୍ଦୁଝର, 5 ଡିସେମ୍ବର (ହି.ସ.) କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳ ବାରତୁଣିଆ ସ୍କୁଲ ଛକ ନିକଟରେ ଆଜି ୨ ଟି ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଜଣେ ବୃଦ୍ଧାଙ୍କ ସମେତ ୪ ଗୁରୁତର ହୋଇଛନ୍ତି ଗୁରୁତର ଆହତ ମାନେ ହେଲେ ବରାଟିପୁରା ଗ୍ରାମର ଦାସ ମୁଣ୍ଡା (୨୬) ଏବଂ ବିଜାନାଳୀ ଗ୍ରାମର ରାଜା ମୁଣ୍
ବାଇକ୍ କୁ ଧକ୍କା ଦେଲା ବାଇକ୍, ୫ ଗୁରୁତର


କେନ୍ଦୁଝର, 5 ଡିସେମ୍ବର (ହି.ସ.)

କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳ ବାରତୁଣିଆ ସ୍କୁଲ ଛକ ନିକଟରେ ଆଜି ୨ ଟି ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଜଣେ ବୃଦ୍ଧାଙ୍କ ସମେତ ୪ ଗୁରୁତର ହୋଇଛନ୍ତି ଗୁରୁତର ଆହତ ମାନେ ହେଲେ ବରାଟିପୁରା ଗ୍ରାମର ଦାସ ମୁଣ୍ଡା (୨୬) ଏବଂ ବିଜାନାଳୀ ଗ୍ରାମର ରାଜା ମୁଣ୍ଡା (୧୯)ଓ ଅନ୍ୟ ଜଣେ ବୋଲି ଜଣାପଡିଛି ।ଅନ୍ୟ ଏକ ବାଇକରେ ବାରଟୁଣିଆ ଗ୍ରାମର ବିଜୟ ଭୂଷଣ ମହାନ୍ତ (୩୩) ଓ ତାଙ୍କର ଜେଜେମା ଲକ୍ଷ୍ମୀ ମହାନ୍ତ (୭୨) ।ସୂଚନା ଅନୁଯାୟୀ ଆଜି ସକାଳେ ବରାଟିପୁରା ଗ୍ରାମର ୩ ଜଣ ସାଙ୍ଗ ହୋଇ ବାରଟୁଣିଆ ଗାଁ କୁ ଯାଇ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ସମସ୍ତେ ରାସ୍ତା ଉପରେ ଛିଟିକି ପଡିଥିଲେ । ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଗାଡ଼ି ଯୋଗେ ସମସ୍ତ ଙ୍କୁ ଉଦ୍ଧାର କରି ପ୍ରଥମେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରା ଯାଇଥିବା ସୂଚନା ମିଳିଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande