
କେନ୍ଦ୍ରାପଡା, ୫ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟ ପରିସରରେ ବିଶ୍ୱ ମୃତିକା ଦିବସ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁରେଶ ଚନ୍ଦ୍ର ମଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉଦ୍ୟାନ କୃଷି ବିଭାଗର ସହକାରୀ ନିର୍ଦ୍ଦେଶକ ଦେବଦାସ ଦତ, ମୃତିକା ସଂରକ୍ଷଣ ବିଭାଗର ନିହାରିକା ସାହୁ, ମତ୍ସ୍ୟ ବିଭାଗର ମୋନାଲିସା ପଣ୍ଡା, ସିଡିଭିଓ ଡ଼ଃ. ମନୋଜ କୁମାର ପଟ୍ଟନାୟକ, ଡ଼ଃ. ତାପସ ରଂଜନ ସାହୁ, ଏଡିଓ ପଟ୍ଟାମୁଣ୍ଡାଇ ସଂନ୍ଧ୍ୟା ଦାସ ପ୍ରମୁଖ ଯୋଗଦେଇ ବିଶ୍ୱ ମୃତିକା ଦିବସ ସଂପର୍କରେ ଅଲୋକପାତ କରିଥିଲେ । ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସୁସ୍ଥ ସହର ପାଇଁ ସୁସ୍ଥ ମୃତିକା ବିଷୟ ଉପରେ ପ୍ରତିଯୋଗିତା କରାଯାଇଥିଲା । ଅଂଶଗ୍ରହଣ କରିଥିବା ୧୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଉତୀର୍ଣ୍ଣ ହୋଇଥିବା ୩ ଜଣଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀ ମାନେ ମୃର୍ତିକା ପରୀକ୍ଷାଗାର ପରିଦର୍ଶନ କରି ବିଭିନ୍ନ ପ୍ରଶ୍ନ ପଚାରି ବୁଝିଥିଲେ । ସଭାରେ ଉପସ୍ଥିତ ଥିବା ୫୦ ଜଣ କୃଷକଙ୍କୁ ମୃତିକା ସ୍ୱାସ୍ଥ୍ୟକାର୍ଡ ବଣ୍ଟନ କରାଯାଇଥିଲା ।
କାର୍ଯ୍ୟକ୍ରମରେ ଏଡିଏ ପଲବୀ ସାହୁ, ପାୟଲ ପ୍ରିୟଦର୍ଶନୀ ସହଯୋଗ କରିଥିବା ବେଳେ ଏଡିଓ ହେମନ୍ତ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି