
କେନ୍ଦ୍ରାପଡା, ୫ ଡିସେମ୍ବର (ହି.ସ.)- ଜିଲ୍ଲା କାରାଗାର କେନ୍ଦ୍ରାପଡ଼ାଠାରେ ଆଜି ଠାରୁ ଯୋଗଶିକ୍ଷା ଆରମ୍ଭ ହୋଇଛି। ଜିଲ୍ଲାପାଳ ରଘୁରାମ ଆର ଆୟର ଏବଂ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କୋଟାରିଆ ଏହି ସଂସ୍କାରମୂଳକ କାର୍ଯ୍ୟକ୍ରମରେ ଯୋଗଦେଇ ଉଦଘାଟନ କରିଛନ୍ତି। ଶ୍ରୀ ଶ୍ରୀ ୟୁନିଭରସିଟିର ଆସିଷ୍ଟାଣ୍ଟ ରେଜିଷ୍ଟର ଅଜୟ କୁମାର ରାଉତ ଯୋଗଶିକ୍ଷା ପ୍ରଦାନ କରିଛନ୍ତି। ଏହି ଯୋଗଶିକ୍ଷା ଆସନ୍ତା ୮ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମ ଦ୍ୱାରା ଅନ୍ତେବାସୀଙ୍କ ମନରେ ଉଭୟ ଶାରୀରିକ ଏବଂ ମାନସିକ କ୍ଷେତ୍ରରେ ଏକ ନୂତନ ପରିବର୍ତ୍ତନ ଆସିବ ବୋଲି ଅତିଥି ମାନେ ମତପୋଷଣ କରିଛନ୍ତି।
ଜେଲ ଅଧିକ୍ଷକ ସୁନିଲ କୁମାର ପାତ୍ର, କାରାପାଳ ଵିଭେନ୍ଦୁ ଭୂୟାଁ, ସହକାରାପାଳ ସୁକାନ୍ତ ରାଉତ, ପ୍ରହ୍ଲାଦ ବେହେରା ଓ ଜେଲର ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି