ବହୁମୁଖି କେନ୍ଦ୍ର ଦ୍ବାରା ବିଶ୍ବ ଭିନ୍ନକ୍ଷମ ଦିବସ ପାଳିତ
ଗଞାମ, ୫ ଡିସେମ୍ବର (ହି.ସ.)- ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ଅନ୍ଧ ପସରା ରାସ୍ତାସ୍ଥିତ ଓଡିଶା ସର୍ଭିସ ସେଣ୍ଟର ଫର ବ୍ଲାଇଣ୍ଡ୍ସ ଅନୁଷ୍ଠାର ଦୃଷ୍ଟିହୀନ ଛାତ୍ରୀମାନଙ୍କ ମଧ୍ୟରେ ଏକ ସଂଗୀତ ପ୍ରତିଯୋଗିତା କାର୍
ବହୁ ମୁଖି କେନ୍ଦ୍ର ଦ୍ବାରା ବିଶ୍ବ ଭିନ୍ନକ୍ଷମ ଦିବସ ପାଳିତ


ଗଞାମ, ୫ ଡିସେମ୍ବର (ହି.ସ.)- ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ଅନ୍ଧ ପସରା ରାସ୍ତାସ୍ଥିତ ଓଡିଶା ସର୍ଭିସ ସେଣ୍ଟର ଫର ବ୍ଲାଇଣ୍ଡ୍ସ ଅନୁଷ୍ଠାର ଦୃଷ୍ଟିହୀନ ଛାତ୍ରୀମାନଙ୍କ ମଧ୍ୟରେ ଏକ ସଂଗୀତ ପ୍ରତିଯୋଗିତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା | ସଭାପତି ଡାକ୍ତର ସଙ୍କର୍ଷଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଉକ୍ତ କେନ୍ଦ୍ରର ସଭାପତି ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ତଥା ସମାଜସେବି ଡାକ୍ତର ଇପାରୀ ଜୟନ୍ତୀ ରାଓ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନପୂର୍ବକ ଉଦଘାଟନ କରି ସ୍ୱାଗତ ଅଭିଭାଷଣ ରଖିଥିଲେ | ସମ୍ମାନିତଅତିଥି ଅନୁଷ୍ଠାନର ସଂପାଦକ ଭବାନୀ ଶଙ୍କର ପାଢ଼ୀ ସେହି ଅନୁଷ୍ଠାନର ଇତିହାସ ଓ ଆଭିମୁଖ୍ୟ ବିଷୟରେ ସୂଚନା ଦେଇଥିଲେ | ସଭାପତି ଡାକ୍ତର ସଙ୍କର୍ଷଣ ପତ୍ର ବିଶ୍ୱ ଭିନ୍ନକ୍ଷମ ଦିବସର ଇତିହାସ ଓ ତାପ୍ତର୍ଯ୍ୟ ବର୍ଣନା କରିଥିଲେ | ସମ୍ପାଦକ ମହମଦ ଆସଲାମ ବହୁମୁଖୀର ଦୀର୍ଘ ଅଠଚାଳିଶ ବର୍ଷର ଅନୁଭୂତି ଓ ସଫଳତା ଉପରେ ଆଲୋକପାତ କରିଥିଲେ |

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ସର୍ବଶ୍ରୀ ନୀଳକଣ୍ଠ ସାହୁ, ସୁଦର୍ଶନ ବିଷୋୟୀ, ଶ୍ରୀମତୀ ପଦ୍ମିନୀ ମିଶ୍ର ଏହି ଅବସରରେ ନିଜ ନିଜର ବିଚାର ରଖିଥିଲେ | ଆୟୋଜିତ ସଂଗୀତ ପ୍ରତିଯୋଗିତାର ବିଜୟୀମାନଙ୍କୁ ମାନପତ୍ର ଓ ଫଳକ ଏବଂ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରଶଂସା ପତ୍ର ଦିଆଯାଇଥିଲା | ଶେଷରେ କୈଳାସ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ |

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande