
ଭୁବନେଶ୍ୱର, ୦୫ ଡିସେମ୍ବର (ହି.ସ)- ଭାରତୀୟ ସମ୍ବିଧାନ ପ୍ରଣେତା ଓ ସାମାଜିକ ନ୍ୟାୟର ପ୍ରତିଷ୍ଠାତା ଡକ୍ତର ଭୀମରାଓ ରାମଜୀ ଆମ୍ବେଦକରଙ୍କ ପୁଣ୍ୟ ତିଥି ଆସନ୍ତାକାଲି (ଶନିବାର) କଂଗ୍ରେସ ଭବନଠାରେ ମହା ସମାରୋହରେ ପାଳନ ହେବ। ଏହି ସମାରୋହରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସହିତ ସମସ୍ତ ବରେଣ୍ୟ କଂଗ୍ରେସ ନେତୃତ୍ୱ ଯୋଗ ଦେବେ ।
ଏହି ଅବସରରେ ସକାଳ ୯ ଘଟିକାରେ ଏଜି ଛକରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ, ୧୦ ଘଟିକା କଂଗ୍ରେସ ଭବନଠାରେ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯିବ। ସେହିପରି ୧୦.୩୦ କଂଗ୍ରେସ ଭବନ ପରିସରରେ ଆମ୍ବେଦକରଙ୍କ ରାଜ୍ୟସ୍ତରୀୟ ସ୍ମୃତିସଭା ତଥା ସାମାଜିକ ନ୍ୟାୟ ଆଲୋଚନା
ସମାବେଶ ଆୟୋଜିତ ହେବ। ଉକ୍ତ କାର୍ଯ୍ୟକ୍ରମରେ କଂଗ୍ରେସର ସମସ୍ତ ବରିଷ୍ଠ ନେତୃବୃନ୍ଦ, ବହୁ ସଂଖ୍ୟାରେ କର୍ମକର୍ତ୍ତା, ସାମଜିକ କର୍ମୀ ଓ ଆମ୍ବେଦକର ପ୍ରେମୀ ଯୋଗ ଦେବେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା