
ଭୁବନେଶ୍ୱର, 5 ଡିସେମ୍ବର (ହି.ସ.)- କିଟ
ସର୍ବସାଧାରଣ ରାସ୍ତା ଜବରଦଖଲ ଘଟଣାରେ ଖୁଵ ଶୀଘ୍ର ହେବ ସରଜମିନ ତଦନ୍ତ ହେବ । ଏନେଇ ଗୃହରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂରଜ
ସୂର୍ଯ୍ୟବଂଶୀ ଉତ୍ତର ରଖିଛନ୍ତି । କିଟ ମୁଖ୍ୟ ଫାଟକ ଦେଇ ଥିବା ସର୍ବ ସାଧାରଣ ରାସ୍ତା ଜବରଦଖଲ
ଏବଂ ସେଥିରୁ କେବେ ସୁଦ୍ଧା ଉଛେଦ ହେବ ସେନେଇ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ଦଶରଥୀ
ଗମାଙ୍ଗ ।
ଏନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ
ଉତ୍ତର ରଖି କହିଛନ୍ତି, ବେଆଇନ
ଜବରଦଖଲ ଉଛେଦ ଉଚ୍ଚ ଶିକ୍ଷା ବିଭାଗର ଅଧୀନ ନୁହେଁ କିନ୍ତୁ ସାଧାରଣ ପ୍ରଶାସନ ବିଭାଗରୁ
ମିଳିଥିବା ତଥ୍ୟ ଅନୁସାରେ, ସାଧାରଣ ପ୍ରଶାସନ, ଇଡ଼କୋ, ବିଡିଏ, ବିଏମସି ଏବଂ
ତହସିଲଦାରଙ୍କ ଉପସ୍ଥିତିରେ ମିଳିତ ସରଜମିନ ତଦନ୍ତ କରାଯିବାର ଯୋଜନା ରହିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା