
ଭୁବନେଶ୍ୱର, 5 ଡିସେମ୍ବର
(ହି.ସ)- ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା । ୧୯ରୁ ପରୀକ୍ଷା ଆରମ୍ଭ ହୋଇ
ମାର୍ଚ୍ଚ ୨ ଯାଏଁ ଚାଲିବ ପରୀକ୍ଷା । ୧୯ ତାରିଖ ସକାଳ ୯ଟାରୁ ସାଢେ ୧୧ଟା ପର୍ଯ୍ୟନ୍ତ ଚାଲିବ ।
ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଗଣିତ ପରୀକ୍ଷା ଦିନ
ଛାତ୍ରଛାତ୍ରୀଙ୍କୁ ଅଧିକ ୧୫ମିନିଟ ସମୟ ଦିଆଯିବ ବୋଲି କୁହାଯାଇଛି ।
ଫେବୃଆରୀ ୧୯ ପ୍ରଥମ ଦିନରେ
ମାତୃଭାଷା ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଏହାପରେ ୨୧ରେ ଇଂରାଜୀ, ୨୩ରେ ସଂସ୍କୃତ ଏବଂ ହିନ୍ଦୀ, ୨୫ରେ ବିଜ୍ଞାନ ପରୀକ୍ଷା ରହିଥିବା ବେଳେ ୨୭ରେ ସାମାଜିକ ବିଜ୍ଞାନ, ମାର୍ଚ୍ଚ ୨ରେ ଗଣିତ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଗଣତି ପରୀକ୍ଷା
ଦିନ ଅଧିକ ୧୫ମିନିଟ୍ ସମୟ ଦିଆଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା