
ଭୁବନେଶ୍ୱର, 5 ଡିସେମ୍ବର (ହି.ସ.)- ଦାର୍ଶନିକ ଶ୍ରୀ
ଅରବିନ୍ଦ ଘୋଷଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ
ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ମହାନ ସ୍ୱାଧୀନତା
ସଂଗ୍ରାମୀ,
ଦାର୍ଶନିକ ଶ୍ରୀ ଅରବିନ୍ଦ ଘୋଷଙ୍କ ପୁଣ୍ୟତିଥିରେ ବିନମ୍ର
ଶ୍ରଦ୍ଧାଞ୍ଜଳି ଜଣାଉଛି। ଆଧ୍ୟାତ୍ମିକ ଜ୍ଞାନର ବିକାଶ କରି ଏକ ସମୃଦ୍ଧ ସମାଜ ଗଠନ କରିବାରେ
ତାଙ୍କର ଯୋଗଦାନ ସର୍ବଦା ସ୍ମରଣୀୟ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା