
ଭୁବନେଶ୍ୱର, 5 ଡିସେମ୍ବର (ହି.ସ.)- ବିଶ୍ୱ
ମୃତ୍ତିକା ଦିବସରେ ଜୈବିକ ସାର ବ୍ୟବହାର କରିବାକୁ ପ୍ରଭାତି ପରିଡା ଆହ୍ୱାନ ଦେଇଛନ୍ତି । ଏନେଇ
ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ମୃତ୍ତିକା ବିନା ଜୀବନର ପରିକଳ୍ପନା
କରିହେବନାହିଁ । ଆମ ଦେଶ ଏବଂ ରାଜ୍ୟ କୃଷି
ପ୍ରଧାନ ହୋଇଥିବାରୁ ମୃତ୍ତିକାର ସ୍ୱାସ୍ଥ୍ୟ ପ୍ରତି ସବୁବେଳେ ଗୁରୁତ୍ୱ ଦିଆଯାଇଛି । ବିଶ୍ୱ ମୃତ୍ତିକା ଦିବସରେ ଆସନ୍ତୁ ସଂକଳ୍ପ ନେବା, ମାଟିର ଉର୍ବରତା ହ୍ରାସ କରୁଥିବା ରାସାୟନିକ ସାର ବଦଳରେ ଜୈବିକ ସାର
ବ୍ୟବହାର କରିବା ସହ ପ୍ଲାଷ୍ଟିକ୍ ବ୍ୟବହାରରୁ ଯଥାସମ୍ଭବ ଦୂରେଇ ରହିବା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା