ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି 1430 ପଦବୀ
ଭୁବନେଶ୍ୱର, 5 ଡିସେମ୍ବର (ହି.ସ.)- ବିଶ୍ଵବିଦ୍ୟାଳୟରେ ପ୍ରାଧ୍ୟାପକ ମରୁଡି । ଖାଲି ପଡିଛି 1430 ପଦବୀ । ଏଥିରୁ 261 ପ୍ରାଧ୍ୟାପକ, 459 ସହଯୋଗୀ ପ୍ରାଧ୍ୟାପକ ଓ 710 ସହକାରୀ ପ୍ରାଧ୍ୟାପକ ପଦବୀ ଖାଲି ପଡିଛି । 14 ଟି ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ପ୍ରକ୍ରିୟା ଜାର
ବିଶ୍ୱବିଦ୍ୟାଳୟରେ ଖାଲି     ପଡିଛି 1430 ପଦବୀ


ଭୁବନେଶ୍ୱର, 5 ଡିସେମ୍ବର (ହି.ସ.)- ବିଶ୍ଵବିଦ୍ୟାଳୟରେ ପ୍ରାଧ୍ୟାପକ ମରୁଡି । ଖାଲି ପଡିଛି

1430 ପଦବୀ । ଏଥିରୁ 261 ପ୍ରାଧ୍ୟାପକ, 459 ସହଯୋଗୀ ପ୍ରାଧ୍ୟାପକ ଓ 710 ସହକାରୀ ପ୍ରାଧ୍ୟାପକ ପଦବୀ ଖାଲି ପଡିଛି । 14 ଟି

ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । 6 ଟି ବିଶ୍ୱବିଦ୍ୟାଳୟର ଆଶାୟୀ

କୁଳପତି ମାନଙ୍କ ସାକ୍ଷତକାର କାର୍ଯ୍ୟକ୍ରମ ବି ସରିଛି । ସେପଟେ ସରକାରୀ ମହାବିଦ୍ୟାଳୟରେ 566

ଅଧ୍ୟାପକ ପଦବୀ ଖାଲି ପଡିଛି । 385 ପଦବୀ ପାଇଁ ଓପିଏସସି ବିଜ୍ଞାପନ ଜାରି କରିଥିଲେ । ତାହାର

ଚୟନ ପ୍ରକ୍ରିୟା ଜାରି ଅଛି ।304 ଅଧ୍ୟାପକ ପଦବୀ ପୂରଣ ପାଇଁ ଓପିଏସସିକୁ ଅନୁରୋଧ କରିଛନ୍ତି ।

ରାଜ୍ୟର ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଗୁଡିକରେ 1689 ଅଧ୍ୟାପକ ପଦବୀ ଖାଲି ପଡିଛି । 300

ଅଧ୍ୟାପକ ଡେପୁଟେସନ ଆକାରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ କାମ କରୁଛନ୍ତି । ଗୃହରେ

ଲିଖିତ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande