୩୦ତମ ଜାତୀୟ ସଡ଼କ ଆର୍‌ଏସ୍‌ପିବି ଚାମ୍ପିଅନସିପ୍ ଉଦଯାପନ
ସମ୍ବଲପୁର, ୦୬ ଡିସେମ୍ବର(ହି.ସ.) – ଡିସେମ୍ବର ୨ ତାରିଖରୁ ସମ୍ବଲପୁରରେ ଆରମ୍ଭ ହୋଇଥିବା ୩୦ ତମ ଜାତୀୟ ସଡକ ସାଇକ୍ଲିଙ୍ଗ ଚାମ୍ପିଅନସିପ୍‌–୨୦୨୫ ପ୍ରତିଯୋଗିତା ସଫଳତା ପୂର୍ବକ ଆଜି ଉଦଯାପିତ ହୋଇଯାଇଛି। ଉଦଯାପନୀ ସମାରୋହରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ସାଇକ୍ଲିଙ୍ଗ ଫେଡେରେସନ୍ ଅଫ୍ ଇଣ୍ଡିଆ
୩୦ତମ ଜାତୀୟ ସଡକ ଆରଏସପିବି ଚାମ୍ପିଅନସିପ୍ ଉଦଯାପନ


୩୦ତମ ଜାତୀୟ ସଡକ ଆରଏସପିବି ଚାମ୍ପିଅନସିପ୍ ଉଦଯାପନ


ସମ୍ବଲପୁର, ୦୬ ଡିସେମ୍ବର(ହି.ସ.) – ଡିସେମ୍ବର ୨ ତାରିଖରୁ ସମ୍ବଲପୁରରେ ଆରମ୍ଭ ହୋଇଥିବା ୩୦ ତମ ଜାତୀୟ ସଡକ ସାଇକ୍ଲିଙ୍ଗ ଚାମ୍ପିଅନସିପ୍‌–୨୦୨୫ ପ୍ରତିଯୋଗିତା ସଫଳତା ପୂର୍ବକ ଆଜି ଉଦଯାପିତ ହୋଇଯାଇଛି। ଉଦଯାପନୀ ସମାରୋହରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ସାଇକ୍ଲିଙ୍ଗ ଫେଡେରେସନ୍ ଅଫ୍ ଇଣ୍ଡିଆର ସଚିବ ମନିନ୍ଦର ପାଲ ସିଂହ ଓଡିଶା ସାଇକ୍ଲିଙ୍ଗ ଆସୋସିଏସନର ଅଧ୍ୟକ୍ଷା ମିନତୀ ମହାପାତ୍ର, ଉତରାଂଚଳ ଆଇଜି ହିମାଂଶୁ ଲାଲ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୂ, ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ରେହାନ କ୍ଷତ୍ରି ପ୍ରମୁଖ ଉପସ୍ଥିତ ଥିଲେ। ଦେଶର ବିଭିନ୍ନ ରାଜ୍ୟରୁ ଯୋଗ ଦେଇଥିବା ଶତାଧିକ ଖେଳାଳିଙ୍କ ମଧ୍ୟରେ ଭାରତୀୟ ସାଇକ୍ଲିଙ୍ଗର ଉତ୍କୃଷ୍ଟ ପ୍ରଦର୍ଶନ ଓ କଠିନ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ବିଧାୟକ ଜୟନାରାୟଣ ମିଶ୍ର କ୍ରିଡାବିତ୍‌ମାନଙ୍କୁ ଆଗକୁ ଦୃଢ ମନୋଭାବ ନେଇ ଆହୁରି କଠିନ ପରିଶ୍ରମ କରିବାକୁ ପ୍ରୋତ୍ସାହିତ କରିଥିଲେ। କହିଥିଲେ ଆଗାମୀଦିନରେ ଦିନରେ ଯେପରି ଆମେ ଅଲମ୍ପିକିସରେ ପଦକ ହାସଲ କରିବା, ସେଥିପାଇଁ ପ୍ରଚେଷ୍ଟା କରନ୍ତୁ। ଶେଷରେ ସମସ୍ତ ଖେଳାଳୀଙ୍କୁ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଶୁଭେଚ୍ଛା ଜଣାଇଥିଲେ।

ଏହି ଚାମ୍ପିଅନସିପରେ ରାଜସ୍ଥାନ ଶ୍ରେଷ୍ଠ ପ୍ରଦର୍ଶନ କରି ସର୍ବାଧିକ ୨୧ଟି (ସ୍ୱର୍ଣ୍ଣ ୯, ରୌପ୍ୟ ୯, କାଂସ୍ୟ ୩) ପଦକ ଜିତି ପ୍ରଥମ ସ୍ଥାନ ହାସଲ କରିଛି। ହରିୟାଣା ସର୍ବମୋଟ ୧୧ ଟି (ସ୍ୱର୍ଣ୍ଣ ୪, ରୌପ୍ୟ ୪, କାଂସ୍ୟ ୩), ମହାରାଷ୍ଟ୍ର ସର୍ବମୋଟ ୧୨ ଟି (ସ୍ୱର୍ଣ୍ଣ ୪, ରୌପ୍ୟ ୨, କାଂସ୍ୟ ୬), ଆରଏସପିବି ସର୍ବମୋଟ ୫ ଟି (ସ୍ୱର୍ଣ୍ଣ ୩, ରୌପ୍ୟ ୧, କାଂସ୍ୟ ୧), କର୍ଣ୍ଣାଟକ ସର୍ବମୋଟ ୯ ଟି (ସ୍ୱର୍ଣ୍ଣ ୨, ରୌପ୍ୟ ୩, କାଂସ୍ୟ ୪), ଦିଲ୍ଲୀ ସର୍ବମୋଟ ୩ ଟି (ସ୍ୱର୍ଣ୍ଣ ୨, କାଂସ୍ୟ ୧), ତାମିଲନାଡୁ ସର୍ବମୋଟ ୭ ଟି (ସ୍ୱର୍ଣ୍ଣ ୧, ରୌପ୍ୟ ୨, କାଂସ୍ୟ ୪) ଓଡିଶା ସର୍ବମୋଟ ୩ ଟି (ରୌପ୍ୟ ୨, କାଂସ୍ୟ ୧), ପଞ୍ଜାବ ସର୍ବମୋଟ ୧ ଟି (ରୌପ୍ୟ ୧), ମଣିପୁର ସର୍ବମୋଟ ୨ ଟି (କାଂସ୍ୟ ୨) ଓ ବିହାର ସର୍ବମୋଟ ଗୋଟିଏ ରୌପ୍ୟ ପଦକ ହାସଲ କରିବାକୁ ସମର୍ଥ ହୋଇଥିଲା।

ଏହି ଚାମ୍ପିଅନସିପରେ ପୁରୁଷ ଏଲିଟ, ମହିଳା ଏଲିଟ, କନିଷ୍ଠ, ଉପକନିଷ୍ଠ,, ୨୩ ବର୍ଷରୁ କମ ବିଭିନ୍ନ ବର୍ଗରେ ମୋଟ ୭୫ଟି ପଦକ ଦିଆଯାଇ ଥିବାବେଳେ, ସେଥିରୁ ୨୫ ଟି ସ୍ୱର୍ଣ୍ଣ, ୨୫ଟି ରୋପ୍ୟ ଓ ୨୫ଟି କାଂସ୍ୟ ପଦକ ବିଭିନ୍ନ ରାଜ୍ୟ ପାଇଛନ୍ତି।

ସମ୍ବଲପୁରରେ ଆୟୋଜିତ ୩୦ ତମ ଜାତୀୟ ରୋଡ୍‌? ସାଇକ୍ଲିଙ୍ଗ ଚାମ୍ପିୟନସିପ୍‌ରେ ବିଭିନ୍ନ ବର୍ଗରେ ସର୍ବାଧିକ ପଦକ ହାସଲ କରି ସର୍ବୋପରି ରାଜସ୍ଥାନ ଶୀର୍ଷ ସ୍ଥାନରେ ରହିଥିବା ବେଳେ ହରିଆଣା ଦ୍ୱିତୀୟ ସ୍ଥାନ ହାସଲ କରିବାରେ ସମର୍ଥ ହୋଇଥିଲା।

ପୁରୁଷ ବର୍ଗରେ ଆରଏସପିବି ର ବିଶ୍ୱଜିତ ସିଂହ ୨ ଟି ସ୍ୱର୍ଣ୍ଣ ପଦକ ହାସଲ କରି ସର୍ବଶ୍ରେଷ୍ଠ ପୁରୁଷ ଖେଳାଳି, ସେହିପରି ମହିଳା ବର୍ଗରେ ରାଜସ୍ଥାନର ଅଞ୍ଜଳି ଜାଖର ୩ଟି ସ୍ୱର୍ଣ୍ଣ ପଦକ ହାସଲ କରି ସର୍ବଶ୍ରେଷ୍ଠ ମହିଳା ଖେଳାଳି ଏବଂ ଗୁଜରାଟ୍ ଦଳ ବେଷ୍ଟ ଫେୟର୍‌ର୍ ପ୍ଲେ ଟିମ୍ ଭାବେ ବିବେଚିତ ହୋଇଛନ୍ତି।

ଇଲିଟ୍ ପୁରୁଷ ବର୍ଗରେ ଆରଏସପିବି –(ସ୍ୱର୍ଣ୍ଣ ୨ ରୌପ୍ୟ ୧, କାଂସ୍ୟ ୧)ପଦକ ପାଇ ବିଜେତା ହୋଇଥିଲା ବେଳେ କର୍ଣ୍ଣାଟକ ଓ ତାମିଳନାଡୁ (କାଂସ୍ୟ -୧)ପଦକ ପାଇ ମିଳିତ ଭାବେ ଉପବିଜେତା(ରନର୍‌-ଅପ୍‌) ହୋଇଛନ୍ତି।ଇଲିଟ୍ ମହିଳା ବର୍ଗରେ ଆରଏସପିବି –( ସ୍ୱର୍ଣ୍ଣ ୨)ପଦକ ପାଇ ବିଜେତା ହୋଇଥିଲା ବେଳେ ରାଜସ୍ଥାନ (ସ୍ୱର୍ଣ୍ଣ ୧, କାଂସ୍ୟ ୨) ପଦକ ପାଇ ମିଳିତ ଭାବେ ଉପବିଜେତା (ରନର୍‌-ଅପ୍‌) ହୋଇଛି। କନିଷ୍ଠ (ଜୁନିଅର) ବର୍ଗ ରେ ରାଜସ୍ଥାନ – ବିଜେତା (ସ୍ୱର୍ଣ୍ଣ ୩, କାଂସ୍ୟ ୧)ପଦକ ପାଇ ବିଜେତା ହୋଇଥିଲା ବେଳେ ହରିଆଣା – ରନର୍ (ସ୍ୱର୍ଣ୍ଣ ୧, ରୌପ୍ୟ ୨) ପଦକ ପାଇ ମିଳିତ ଭାବେ ଉପବିଜେତା (ରନର୍‌-ଅପ୍‌) ହୋଇଛି।ଉପକନିଷ୍ଠ(ସବ୍‌-ଜୁନିଅର ବର୍ଗ) ରେ ରାଜସ୍ଥାନ – ବିଜେତା (ସ୍ୱର୍ଣ୍ଣ ୪, ରୌପ୍ୟ ୫, କାଂସ୍ୟ ୧)ପଦକ ପାଇ ବିଜେତା ହୋଇଥିଲା ବେଳେ ହରିଆଣା – ରନର୍ (ସ୍ୱର୍ଣ୍ଣ ୩, ରୌପ୍ୟ ୨, କାଂସ୍ୟ ୨)ପଦକ ପାଇ ମିଳିତ ଭାବେ ଉପବିଜେତା (ରନର୍‌-ଅପ୍‌) ହୋଇଛି। ସର୍ବୋପରି ଚାମ୍ପିୟନସିପରେ ରାଜସ୍ଥାନ – (ସ୍ୱର୍ଣ୍ଣ ୮, ରୌପ୍ୟ ୯, କାଂସ୍ୟ ୩) ସମଗ୍ର ବିଜେତା ହୋଇଥିଲା ବେଳେ ହରିଆଣା –( ସ୍ୱର୍ଣ୍ଣ ୪, ରୌପ୍ୟ ୪, କାଂସ୍ୟ ୩)ପଦକ ପାଇ ମିଳିତ ଭାବେ ଉପବିଜେତା (ରନର୍‌-ଅପ୍‌) ହୋଇଛି।

ଓଡିଶା ସର୍ବମୋଟ ୩ ଟି (ରୌପ୍ୟ ୨, କାଂସ୍ୟ ୧) ପଦକ ହାସଲ କରି ଅଷ୍ଟମ ସ୍ଥାନ ରେ ରହିଛି।

ଓଡିଶାର ଶାସ୍ୱତ ସିଂହ ମହିଳା ବ୍ୟକ୍ତିଗତ ୩୦ କିମି ସାଇକ୍ଲିଙ୍ଗ ରେସ ରେ ଏବଂ ମହିଳା ବ୍ୟକ୍ତିଗତ ଏଲିଟ୍ ବର୍ଗର ୩୦ କିମି ସାଇକ୍ଲିଙ୍ଗ ରେସ ରେ ୨ଟି ରୌପ୍ୟ ପଦକ ପାଇଥିଲେ। ସ୍ନେହା ଦାସ, ସସ୍ମିତା ପଣ୍ଡା , ପୁରବାୟୀ ମହାନ୍ତି, ଦଳୀୟ କନିଷ୍ଠ ବାଳିକା ବର୍ଗ ରେ ୨୦ କିମି ସାଇକ୍ଲିଙ୍ଗ ରେସ ଓଡିଶା ଦଳ ୩୪.୩୯.୧୭୮ ମିନିଟ ସମୟ ନେଇ କାଂସ୍ୟ ପଦକ ହାସଲ କରି ଥିଲେ।

ପ୍ରତିଯୋଗିତା ର ଶେଷ ଦିନରେ : କନିଷ୍ଠ ପୁରୁଷ ବ୍ୟକ୍ତିଗତ ବର୍ଗର ୧୦୦ କିମି, ମହିଳା ବ୍ୟକ୍ତିଗତ ଏଲିଟ ବର୍ଗର ୩୦ କିମି , ପୁରୁଷ ବ୍ୟକ୍ତିଗତ ଏଲିଟ ବର୍ଗର ୫୦ କିମି ଆଦି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାର ଫଳାଫଳ:

କନିଷ୍ଠ ପୁରୁଷ ବ୍ୟକ୍ତିଗତ ବର୍ଗର ୧୦୦ କିମି ସାଇକ୍ଲିଙ୍ଗ ରେସରେ ମହାରାଷ୍ଟ୍ର ର ହରିଶ ଦମବାଲେ ସ୍ୱର୍ଣ ପଦକ, ତାମିଲନାଡୁର ସଞ୍ଜୟ ରୌପ୍ୟ ପଦକ, ତାମିଲନାଡୁର ରଞ୍ଜନ ସ୍ମିଥ ଏ କାଂସ୍ୟ ପଦକ ହାସଲ କରିଛନ୍ତି।

ମହିଳା ବ୍ୟକ୍ତିଗତ ଏଲିଟ ବର୍ଗର ୩୦ କିମି ସାଇକ୍ଲିଙ୍ଗ ରେସରେ ଆରଏସପିବିର ସୌମ୍ୟ ଅନ୍ତପୁର ସ୍ୱର୍ଣ ପଦକ, ଓଡିଶାର ଶାସ୍ୱତୀ ସିଂହ ରୌପ୍ୟ ପଦକ, କର୍ଣାଟକର ଗଙ୍ଗା ଡାନଦିନ୍ କାଂସ୍ୟ ପଦକ ହାସଲ କରିଛନ୍ତି।

ପୁରୁଷ ବ୍ୟକ୍ତିଗତ ଏଲିଟ୍ ବର୍ଗର ୫୦ କିମି ସାଇକ୍ଲିଙ୍ଗ ରେସ ରେ ତାମିଲନାଡୁର ଶ୍ରୀନାଥ ଲକ୍ଷ୍ମୀକାନ୍ଥ ସ୍ୱର୍ଣ, ପଦକ, ରାଜସ୍ଥାନର ମାନବ ସାରଦା ରୌପ୍ୟ ପଦକ, ରାଜସ୍ଥାନର ମହାବୀର ସରନ୍ କାଂସ୍ୟ ପଦକ ହାସଲ କରିଛନ୍ତି। ଆଜିର ଉଦଯାପନୀ ଉତ୍ସବରେ, ସମ୍ବଲପୁର ଜିଲ୍ଲା ପ୍ରଶାସନ ସଂଗଠନ ଦକ୍ଷତା, ସଂଯୋଜନା ଏବଂ ଉଚ୍ଚକୋଟିର ସ୍ୱାଗତ ପାଇଁ ପ୍ରଶଂସିତ ହୋଇଛି। ଏହି ଚାମ୍ପିଅନସିପ୍‌ର ସଫଳ ଆୟୋଜନ, ଓଡିଶାକୁ ଜାତୀୟ କ୍ରୀଡା କେନ୍ଦ୍ର ଭାବରେ ପୁନଃସ୍ଥାପିତ କଲା ଏବଂ ସମ୍ବଲପୁରକୁ ଉଦୀୟମାନ ସାଇକ୍ଲି କ୍ଷେତ୍ରର ମୁଖ୍ୟ କେନ୍ଦ୍ର ଭାବେ ପ୍ରମାଣିତ କରିପାରିଛି।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande